Dailyhunt
ପ୍ରିମିୟମ୍ ଟାବଲେଟ୍ ଲଞ୍ଚ କରିଛି OnePlus, ଲାପଟପ୍ ପରି କରିପାରିବେ ୟୁଜ୍

ପ୍ରିମିୟମ୍ ଟାବଲେଟ୍ ଲଞ୍ଚ କରିଛି OnePlus, ଲାପଟପ୍ ପରି କରିପାରିବେ ୟୁଜ୍

K NEWS 1 week ago

ର୍ତ୍ତମାନ ଭାରତୀୟ ବଜାରରେ ଟାବଲେଟ୍ ର ଡିମାଣ୍ଡ ବେସ୍ ଅଧିକ ରହିଛି । ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ଟାବଲେଟ୍ । କାରଣ ଟାବଲେଟ୍ ଧିରିବା ଏବଂ ବ୍ୟବହାର କରିବା ଏକ ଫ୍ୟାସନ୍ ପାଲଟିଛି । ତେବେ ଆସନ୍ତୁ ଜାଣିବା ଏକ ଦମଦାର ଟାବଲେଟ୍ ବିଷୟରେ । OnePlus ଭାରତରେ ଏହାର ପ୍ରିମିୟମ୍ ଟାବଲେଟ୍, Pad 4 ଲଞ୍ଚ କରିଛି । ଏହା ଗତ ବର୍ଷର OnePlus Pad 3 ର ଏକ ଅପଗ୍ରେଡ୍ ।

ଏହି ଟାବଲେଟରେ ପାୱାରଫୁଲ୍ ଫିଚର୍ସ ରହିଛି, ଯେଉଁଥିରେ ଏକ ବଡ଼ ୧୩,୩୮୦mAh ବ୍ୟାଟେରୀ ଏବଂ ଏକ 3.4K ଡିସପ୍ଲେ ସାମିଲ୍ । OnePlus ରେ ଏକ କଭର ଏବଂ ପେନ୍ ମଧ୍ୟ ସାମିଲ୍, ଯାହା ଆପଣଙ୍କୁ ଏକ ଦାମଦାର୍ ଲାପଟପ୍ ପରି ବ୍ୟବହାର କରିବାକୁ ଅନୁମତି ଦିଏ । ଆସନ୍ତୁ ଜାଣିବା ଏହି OnePlus ଟାବଲେଟ୍ ରେ ଅନ୍ୟ କ'ଣ ଫିଚର୍ସ ସାମିଲ୍…

OnePlus Pad 4 ର ଫିଚର୍ସ:
OnePlusର ଏହି ପ୍ରିମିୟମ୍ ଟାବଲେଟ୍‌ରେ ଏକ ବଡ଼ ୧୩.୨-ଇଞ୍ଚ LCD ଡିସ୍‌ପ୍ଲେ ଅଛି । ଏହି ଟାବଲେଟର ରିଜୋଲ୍ୟୁସନ୍ 3.4K, ଅର୍ଥାତ୍ ୩୩୯୨ x ୨୪୦୦ ପିକ୍ସେଲ୍ । ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୦୦୦ ନିଟ୍ ପର୍ଯ୍ୟନ୍ତ । ଏହା ଡଲ୍‌ବି ଭିଜନକୁ ମଧ୍ୟ ସପୋର୍ଟ କରେ । OnePlus ଏହି ନୂଆ ଟାବଲେଟରେ Qualcomm Snapdragon 8 Elite Gen 5 ଚିପସେଟ୍ ବ୍ୟବହାର କରିଛି । ଏହା ୧୨GB ପର୍ଯ୍ୟନ୍ତ RAM ଏବଂ ୫୧୨GB ଷ୍ଟୋରେଜକୁ ମଧ୍ୟ ସପୋର୍ଟ କରେ ।

OnePlus Pad 4 ର ଖାସ୍ ହେଉଛି ଏହା ସହଜରେ PC ପରି ମଲ୍ଟି-ଟାସ୍କିଂ କରିପାରିବ । ଏଥିରେ ରିସାଇଜେବଲ୍ ୱିଣ୍ଡୋ, ଡ୍ରାଗ୍ ଏବଂ ଡ୍ରପ୍ ସପୋର୍ଟ ଇତ୍ୟାଦି ଅଛି ଯାହା ଡିଭାଇସରେ ଫାଇଲଗୁଡ଼ିକର ସହଜ ପରିଚାଳନା ପାଇଁ ତିଆରି କରାଯାଇଛି । ଏହା ବ୍ୟତୀତ, ଏହି ଟାବଲେଟ୍ AI Writer, AI Summary, AI Transalate, AI Painer, AI Recorder ଭଳି AI ଦମଦାର୍ ଫିଚର୍ସ ସହିତ ଲେସ୍ । ଏଥିରେ ଆଠଟି ସ୍ପିକର ସହିତ ଏକ ମେଟଲ୍ ବଡି ଅଛି । ହିଟ୍ ମ୍ୟାନେଜମେଣ୍ଟ ପାଇଁ ୪୦,୬୭୦ ସ୍କୋୟାର ମିଲିମିଟରର ଏକ ଭାପର ଚାମ୍ବର ଦିଆଯାଇଛି ।
ଏହି OnePlus ଟାବଲେଟରେ WiFi 7 ଏବଂ ଏକ AI-ଚାଳିତ ସ୍ମାର୍ଟ ଆଣ୍ଟେନା ରହିଛି । ଏହାର ମୋଟେଇ ମାତ୍ର ୫.୯୪mm ଏବଂ ଓଜନ ୬୭୨ ଗ୍ରାମ । କମ୍ପାନୀ ଏହି ଟାବଲେଟରେ ଏକ ବଡ଼ ୧୩,୩୮୦mAh ବ୍ୟାଟେରୀ ବ୍ୟବହାର କରିଛି, ଯାହା ୮୦W ୱାୟାର୍ଡ ଚାର୍ଜିଂକୁ ସପୋର୍ଟ କରେ । ଟାବଲେଟରେ ଏକ ୧୩MP ବ୍ୟାକ୍ କ୍ୟାମେରା ଏବଂ ଏକ ୮MP ସେଲଫି କ୍ୟାମେରା ରହିଛି ।

OnePlus Pad 4 ର ପ୍ରାଇସ୍:
OnePlus Pad 4 ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ହୋଇଛି ଯାହା ହେଉଛି- ୮GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୨GB RAM + ୫୧୨GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୫୪,୯୯୯ ଟଙ୍କା । ଏହାର ଟପ୍ ମଡେଲ୍ ୫୯,୯୯୯ ଟଙ୍କା । ଏହି ଟାବଲେଟର ସେଲ୍ ୫ ମେରେ ଇ-କମର୍ସ ୱେବସାଇଟ୍ Amazon, Flipkart ଏବଂ କମ୍ପାନୀର ଅଫିସିଆଲ୍ ସାଇଟରେ କରାଯିବ । ଏହାର କ୍ରୟ ଉପରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ । ଜାଣିରଖନ୍ତୁ ଯେ, ଏହି ଟାବଲେଟ୍ ସହିତ ୟୁଜର୍ସମାନେ ୫,୪୯୯ ଟଙ୍କା ମୂଲ୍ୟର OnePlus Stylo Pro ମାଗଣାରେ ପାଇବେ । ଏହା ସହିତ ଏକ କୀବୋର୍ଡ କଭର ଲଗାଯାଇପାରିବ, ଯାହାକୁ ୟୁଜର୍ସମାନେ ସମ୍ପୂର୍ଣ୍ଣ ଅଲଗା କିଣିପାରିବେ । ଯଦି ଆପଣ ଏକ ପାୱାରଫୁଲ୍ ଟାବଲେଟ୍ ୍ରାଣିବାକୁ ପ୍ଲାନ କରୁଛନ୍ତି, ତେବେ ଏହି OnePlus ର ଟାବଲେଟଟି ବେଷ୍ଟ ହୋଇପାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha