ସମ୍ବଲପୁର : ପୁଣି ସମ୍ବଲପୁର କୋର୍ଟକୁ ବୋମା ଧମକ । ଧମକ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ କରିଛି । ସମ୍ବଲପୁର ସହରରେ ଥିବା କୋର୍ଟକୁ ବୋମା ବିସ୍ଫୋରଣ ଉଡ଼ାଇବାକୁ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା । ପରେ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ସମ୍ବଲପୁର ପୋଲିସ । ଏବେ କୋର୍ଟର ପ୍ରତ୍ୟେକ ପ୍ରବେଶ ପଥରେ ଲୋକଙ୍କୁ ସ୍କ୍ରିନିଂ କରାଯାଇ ଭିତରକୁ ଛଡାଯାଉଛି ।
ଅତ୍ୟାଧୁନିକ ମେସିନ ସହାୟତାରେ କଡ଼ା ଯାଞ୍ଚ କରାଯାଉଛି । ସଶସ୍ତ୍ର ପୋଲିସ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି ।
ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ଏବଂ ଏପ୍ରିଲ ୨ ତାରିଖରେ ଏଭଳି ତିନି ତିନିଥର ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ କରି ପୋଲିସ ସୁରକ୍ଷା ବାହିନୀ, ଦମକଳ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିଲାକୋର୍ଟ ପରିସର ସହିତ ସିଭିଲ କୋର୍ଟ ଆଦି ସମଗ୍ର ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି ।

