Dailyhunt
ରାସ୍ତାରେ ତ୍ରିକୋଣୀୟ ପ୍ରେମ କାହାଣୀର ସାଂଘାତିକ ଚିତ୍ର, ପୁରୁଷ ବନ୍ଧୁ ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ବେଳେ ପିଟାପିଟି

ରାସ୍ତାରେ ତ୍ରିକୋଣୀୟ ପ୍ରେମ କାହାଣୀର ସାଂଘାତିକ ଚିତ୍ର, ପୁରୁଷ ବନ୍ଧୁ ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ବେଳେ ପିଟାପିଟି

K NEWS 2 weeks ago

ମ୍ବଲପୁର: ରାସ୍ତାରେ ତ୍ରିକୋଣୀୟ ପ୍ରେମ କାହାଣୀର ସାଂଘାତିକ ଚିତ୍ର । ପୁରୁଷ ବନ୍ଧୁ ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା ସହ ତା ପରେ ଆରମ୍ଭ ହୋଇଗଲା ତୁମୁଳକାଣ୍ଡ । ସମ୍ବଲପୁର ଫାଟକ ଓଭର୍ ବ୍ରିଜ୍ ଉପରେ ଏମିତି ଘଟଣା ଦେଖିବାକୁ ମିଳିଛି ।

କଥା କଟାକଟିରୁ ଆରମ୍ଭ ହୋଇଥିବା ଏହି ଝଗଡ଼ା ଦୁଇ ପ୍ରେମିକା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା ।

ଅଧ ଘଣ୍ଟା ଧରି ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା । ପୁରୁଷ ବନ୍ଧୁ, ତାଙ୍କର ବାନ୍ଧବୀ ସହ ପ୍ରଥମ ପ୍ରେମିକାଙ୍କ ଏହି ତ୍ରିକୋଣୀୟ ପ୍ରେମ ରାସ୍ତାରେ ଗଡ଼ିଛି । ହେଲେ ଶେଷରେ ଡ୍ରାମା ବଢ଼ିବଢ଼ି ଚାଲିଥିବା ସମୟରେ କିଛି ଲୋକ ହସ୍ତକ୍ଷେପ କରିଥିଲେ । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିଲା ବାଡ଼ିଆପିଟା ସହ ଉଭୟେ ଝିଙ୍କା ଝିଙ୍କି କରିଥିଲେ ।

ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରି ଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏମିତି କି, ପୁଅ ସହ ଯାଉଥିବା ବନ୍ଧବୀଙ୍କୁ ମଧ୍ୟ ପ୍ରେମିକା ଜଣକ ହାତ ଉଠାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha