Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରତ୍ନ ଭଣ୍ଡାରକୁ ନେଇ ବଡ ଅପଡେଟ୍,  ୧୯୭୮ ମସିହାର ତାଳିକା ସହ ମେଳକ ଖାଉଛି  ବର୍ତ୍ତମାନର ତାଲିକା

ରତ୍ନ ଭଣ୍ଡାରକୁ ନେଇ ବଡ ଅପଡେଟ୍, ୧୯୭୮ ମସିହାର ତାଳିକା ସହ ମେଳକ ଖାଉଛି ବର୍ତ୍ତମାନର ତାଲିକା

K NEWS 2 weeks ago

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ନେଇ ବଡ ଅପଡେଟ୍ । ୧୯୭୮ ମସିହାର ତାଳିକା ସହ ମେଳକ ଖାଉଛି ବର୍ତ୍ତମାନର ତାଲିକା । ଏନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଭିତର ଭଣ୍ଡାରରେ ଥିବା ୩ଟି କାସ୍କେଡ ର ଗଣତି କାର୍ଯ୍ୟ ଏଯାବତ୍ ହୋଇନାହିଁ ।କେବଳ ୩ଟି ଯାକ କାସ୍କେଡ ର ମାପ ନିଆଯାଇ ପାରିଛି ।

ତେବେ ନୀଟିକାନ୍ତି କୁ ନଜରରେ ରଖି ଚଳିତ ସେପ୍ଟେମ୍ବର ରେ ଆଉ ଗଣତି କାର୍ଯ୍ୟ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ତେବେ ସପ୍ତଦଶ ଦିନ ସୁଦ୍ଧା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ୩ଟି ଝୋବାକଣ୍ଠୀର ଗଣତି ସରିବା ସହ ଚଳନ୍ତି ଓ ବାହାର ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ଶେଷ ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ପରବର୍ତ୍ତୀ ଗଣତିକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ୧୯୭୮ ତାଲିକାରେ ଥିବା ଚିହ୍ନଟ ହୋଇପାରି ନଥିବା ରତ୍ନ ଗୁଡିକର ଚିହ୍ନଟ କାର୍ଯ୍ୟ ହୋଇଛି ।

ନୂଆ ଏସଓ ପି ଅନୁଯାୟୀ ସମସ୍ତ ଗଣତି ଶେଷ ପରେ ଭିତର ଭଣ୍ଡାରରେ ଥିବା ୬ଟି ଆଲମିରା କୁ ନେଇ ନୀଳାଦ୍ରି ମ୍ୟୁଜିଅମ୍ ପାର୍ଶ୍ୱବର୍ତ୍ତୀ ଗୃହରେ ରଖାଯିବ।ସମସ୍ତ ଗଣତି ଓ ମେଳକ ହେଉଥିବା ଅଳଙ୍କାରର ଫଟୋଗ୍ରାଫି,ଭିଡିଓ ଗ୍ରାଫି ,3D ମ୍ୟାପିଙ୍ଗ ସହ E -CATALOGUE କରାଯାଇଛି । ସପ୍ତଦଶ ଦିନରେ ରେକର୍ଡ ସମୟ ପାଇଁ ହୋଇଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ। ଆଜି ଗୋଟିଏ ଦିନରେ ୮ ଘଣ୍ଟା ୨୩ ମିନିଟ୍ ଯାଏଁ ଗଣତି କାର୍ଯ୍ୟ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha