Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Sambhal SP Farewell: କଥା କହୁ କହୁ କାନ୍ଦି ପକାଇଲେ SP, ଭାବୁକ ହେଲେ ଜିଲ୍ଲାପାଳ

Sambhal SP Farewell: କଥା କହୁ କହୁ କାନ୍ଦି ପକାଇଲେ SP, ଭାବୁକ ହେଲେ ଜିଲ୍ଲାପାଳ

K NEWS 2 weeks ago

ଠାତ୍ ପିଲାଙ୍କ ପରି କାନ୍ଦି ଉଠିଲେ IPS ଅଫିସର। ଆଖିରୁ ଝରିଲା ଲୁହ। ପାଖରେ ବସିଥିବା ଜିଲ୍ଲାପାଳ ବି ଭାବୁକ ହୋଇଗଲେ। ପୋଲିସ ଅଫିସରଙ୍କୁ ପାଣି ପିଆଇଲେ। ପିଠି ଥାପୁଡ଼ାଇ ସାନ୍ତ୍ୱନା ଦେଲେ। ହେଲେ ସାଥୀଙ୍କ ଲୁହ ଦେଖି ନିଜ ଲୁହକୁ ବି ରୋକିପାରିଲେନି ଜିଲ୍ଲାପାଳ। ଉତ୍ତରପ୍ରଦେଶର ସମ୍ଭଲରୁ ଆସିଛି ଏଭଳି ଏକ ଭାବୁକ ଦୃଶ୍ୟ।

ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।

ଉତ୍ତରପ୍ରଦେଶର ସମ୍ଭଲ । ଏଠାରେ ଚାଲିଥିଲା ଜଣେ ଅଫିସରଙ୍କ ବିଦାୟ ସମାରୋହ। ବିଦାୟ ନେଉଥିଲେ ସମ୍ଭଲର SP କେକେ ବିଶ୍ନୋଇ। ପ୍ରାୟ ୭୭୦ ଦିନ। ସମ୍ଭଲରେ ଦାୟିତ୍ୱ ତୁଲାଇଥିଲେ ସେ। ବିଦାୟ ସମାରୋହରେ ସାଥୀ ପୋଲିସକର୍ମୀଙ୍କୁ ନିଜ କାର୍ଯ୍ୟକାଳର ସ୍ମୃତି ବଖାଣୁଥିଲେ। ହେଲେ କଥା କହୁ କହୁ ଅଟକିଗଲା କଣ୍ଠ। ଆଖିରେ ଆସିଗଲା ଲୁହ। ନିଜକୁ ଆଉ ସମ୍ଭାଳିପାରିଲେନି ବିଶ୍ନୋଇ।ପାଖରେ ବସିଥିଲେ ସମ୍ଭଲର ଜିଲ୍ଲାପାଳ ଅଙ୍କିତ ଖଣ୍ଡେଲୱାଲ। ସେ ଦେଖିଲେ ସାଥୀ ଅଫିସର ଭାବୁକ ହୋଇପଡ଼ିଛନ୍ତି। ତୁରନ୍ତ ପାଣି ଧରାଇଲେ। ପିଠି ଥାପୁଡ଼ାଇଲେ। ସାନ୍ତ୍ୱନା ଦେଲେ। କିନ୍ତୁ ଏହି ଲୁହ ଦେଖି ଅଙ୍କିତଙ୍କ ମନ ବି ଭାରି ହୋଇଗଲା। ଆଖିରୁ ଝରିଲା ଲୁହ।ନିଜ ଆଖିକୁ ପୋଛୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହେଲା। ଦୁଇ ଅଫିସର। ଦୁଇଟି ଭାବୁକ ମୁହଁ। ଆଉ ଗୋଟିଏ ବିଦାୟର ମୁହୂର୍ତ୍ତ। ସବୁଦିନ ମନେ ରହିବ ।

କେକେ ବିଶ୍ନୋଇ। ପ୍ରାୟ ୧ ବର୍ଷ ୧୧ ମାସ ସମ୍ଭଲର SP ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ସମୟ ଭିତରେ ଅନେକ ଘଟଣା ଦେଖିଛନ୍ତି। କଠିନ ପରିସ୍ଥିତିର ସାମ୍ନା କରିଛନ୍ତି। ବିଦାୟ ଭାଷଣରେ ମନେ ପକାଇଥିଲେ ୨୪ ନଭେମ୍ବର ୨୦୨୪ର ସମ୍ଭଲ ହିଂସାକୁ। ସେହି କଠିନ ସମୟରେ ପୋଲିସ ଟିମ୍‌ର ଭୂମିକାକୁ ପ୍ରଶଂସା କରିଥିଲେ। ଶ୍ରେୟ ଦେଇଥିଲେ ନିଜ ଟିମ୍‌କୁ। ଆଉ ଏବେ ସେହି ସାଥୀମାନଙ୍କୁ ଛାଡ଼ି ଯାଉଥିବା ବେଳେ ଭାବନାକୁ ଆଉ ରୋକିପାରିଲେନି।

ସମ୍ଭଲରୁ ବଦଳି ହୋଇଛି କେକେ ବିଶ୍ନୋଇଙ୍କ। ଏବେ ସେ ବିଜନୋର SSP ଭାବେ ଦାୟିତ୍ୱ ନେବେ। ଅନ୍ୟପଟେ ଅଙ୍କିତ ଖଣ୍ଡେଲୱାଲଙ୍କ କ୍ୟାରିୟର ମଧ୍ୟ ବେଶ୍‌ ରୋଚକ। ପ୍ରଥମେ IPS ହୋଇଥିଲେ। ପରେ ପୁଣି UPSC ପରୀକ୍ଷା ଦେଲେ। ୪୧ତମ ରାଙ୍କ ସହ ହେଲେ IAS। ଆଜି ସେ ସମ୍ଭଲର ଜିଲ୍ଲାପାଳ। ପଦବୀ ଅଲଗା ହୋଇପାରେ। ଦାୟିତ୍ୱ ଅଲଗା ହୋଇପାରେ। କିନ୍ତୁ ମଣିଷ ଭିତରର ଭାବନା ସମସ୍ତଙ୍କର ସମାନ। କେକେ ବିଶ୍ନୋଇଙ୍କ ଆଖିର ଲୁହ ଆଉ ଅଙ୍କିତ ଖଣ୍ଡେଲୱାଲଙ୍କ ଭାବୁକତା ଦେଖାଇଦେଲା ଯେ ଅଫିସର ହେବା ପୂର୍ବରୁ ସେମାନେ ମଣିଷ। ବିଦାୟ ନେଲେ ଜଣେ ଅଫିସର। କିନ୍ତୁ ଛାଡ଼ିଗଲେ ସମ୍ପର୍କ ଓ ସମ୍ମାନର ଏକ ସୁନ୍ଦର ସ୍ମୃତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha