ଭୁବନେଶ୍ୱର : ଭୁବନେଶ୍ୱରରେ ବିଏମସିର ଆରମ୍ଭ ହୋଇଛି ବଡ଼ ଧରଣର ଉଛେଦ ଅଭିଯାନ । ସହିଦ ନଗର ଶାନ୍ତି ପଲ୍ଲୀ ବସ୍ତିରେ ବୁଲିଛି ବୁଲଡୋଜର । ଜବରଦଖଲ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ବିଏମସି । ୯୭ ଟି ପରିବାରର ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖି ବିଏମସି ଆରମ୍ଭ କରିଛି ଉଚ୍ଛେଦ ଅଭିଯାନ । ପୂର୍ବରୁ ଏନେଇ ନୋଟିସ ଜାରି କରାଯାଇଥିଲା ।
ଉଛେଦ ହୋଇଥିବା ପରିବାରମାନଙ୍କୁ ସହିଦ ନଗର କଲ୍ୟାଣ ମଣ୍ଡପ ଓ ୬ନମ୍ବର ଅଞ୍ଚଳରେ ଥିବା ଅସ୍ଥାୟୀ ବାସଗୃହକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ପ୍ରମାଣପତ୍ର ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ତେବେ ଦୁଇ ଦିନ ପୂର୍ବରୁ କୁହାଯାଇଥିଲା, ଆଜି ହଠାତ୍ ଘର ଭଙ୍ଗାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

