Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Shubman Gill : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପରେ ନୂଆ ଟି୨୦ ଲିଗ୍ ଖେଳିବେ ଶୁବମନ ଗିଲ୍

Shubman Gill : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପରେ ନୂଆ ଟି୨୦ ଲିଗ୍ ଖେଳିବେ ଶୁବମନ ଗିଲ୍

K NEWS 2 weeks ago

ଟିମ୍ ଇଣ୍ଡିଆର ଟେଷ୍ଟ ତଥା ଦିନିକିଆ ଅଧିନାୟକ ଶୁବମନ ଗିଲ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ସରିବା ପରେ ନୂଆ ଟି୨୦ ଲିଗ ଖେଳୁଥିବାର ନଜର ଆସିବେ ଶୁବମନ ।

ଶୁବମନ ଗିଲ୍ ଶେର-ଏ-ପଞ୍ଜାବ ଟି୨୦ ଲିଗର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ । ତାଙ୍କ ସହିତ ବୋଲି ଅର୍ଶଦୀପ ମଧ୍ୟ ନଜର ଆସିଥିଲେ ।

ଏ ଦୁହେଁ ଟି୨୦ ଲିଗ୍ ଖେଳିବେ । କେବଳ ଏମାନେ ନୁହେଁ ଟିମ୍ ଇଣ୍ଡିଆର ଟି୨୦ ଓପନର ଅଭିଷେକ ଶର୍ମା ମଧ୍ୟ ନଜର ଆସିପାରନ୍ତି । ପଞ୍ଜାବ କ୍ରିକେଟ ଆସୋସିଏସନ ଏବେ ଟି୨୦ ଲିଗ କରୁଛି । ଆଉ ଏଥିରେ ନିଜ ରାଜ୍ୟକୁ ସପୋର୍ଟ କରିବା ପାଇ ଗିଲ୍ ଏବଂ ଅଭିଷେକ ଶର୍ମା ଖେଳିବା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି ।

ଶୁବମନ ଗିଲ୍ ଏବେ ଟି୨୦ ସ୍କ୍ବାଡରୁ ବାଦ୍ ପଡିଛନ୍ତି । ଲଗାତାର ୧୫ଟି ଟି୨୦ ମ୍ୟାଚରେ ବିଫଳ ହେବା ପରେ ଟିମ୍ ଇଣ୍ଡିଆରୁ ବାଦ୍ ପଡିଛନ୍ତି । ତେଣୁ ଟି୨୦ ବିଶ୍ବକପ ୨୦୨୬ ଖେଳିନଥିଲେ ଗିଲ୍ । ହେଲେ ଏବେ ଶେର-ଏ-ପଞ୍ଜାବ ଟି୨୦ ଲିଗରେ ଭଲ ପ୍ରଦର୍ଶନ କରି ଟିମ୍କୁ ଫେରିପାରନ୍ତି ଗିଲ୍ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha