Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Sugery Delay: ଅସ୍ତ୍ରୋପଚାର ବିନା ଚାଲିଗଲା ୧୫ ବର୍ଷୀୟ ଝିଅ ଜୀବନ, ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିଲେ ବାପା

Sugery Delay: ଅସ୍ତ୍ରୋପଚାର ବିନା ଚାଲିଗଲା ୧୫ ବର୍ଷୀୟ ଝିଅ ଜୀବନ, ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିଲେ ବାପା

K NEWS 4 days ago

ନୂଆଦିଲ୍ଲୀ: ଦୁଇ ବର୍ଷ ବୟସରେ ପ୍ରଥମ ଥର ତନବୀଙ୍କୁ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା ଏବଂ ଚେତାଶୂନ୍ୟ ହୋଇଯାଇଥିଲେ । ଫଳରେ ବାପା ଓ ମା ବିଚଳିତ ହୋଇ ଡାକ୍ତରଙ୍କୁ ଦେଖାଇଲେ । ଯାହା ଦ୍ବାରା ହାର୍ଟ ଜନିତ ସମସ୍ୟା ସାମ୍ନାକୁ ଆସିଲା । ଝିଅଙ୍କୁ ଭଲ ଚିକିତ୍ସା ଦେବା ପାଇଁ ତାକୁ ରାଜସ୍ଥାନର କୋଟାଠାରୁ ଆରମ୍ଭ କରି ଦେଶର ସବୁଠାରୁ ବଡ଼ ଟର୍ଶୀୟରୀ କେୟାର ସେଣ୍ଟର ଦିଲ୍ଲୀ ଏମ୍ସ ଆଣିଥିଲେ ।

୧୩ ବର୍ଷ ପର୍ଯ୍ୟନ୍ତ ସେମାନେ କୋଟାରୁ ଦିଲ୍ଲୀ ବୁଲି ବୁଲି, ଡାକ୍ତରଙ୍କ ପରାମର୍ଶ ଶୁଣୁଥିଲେ ଏବଂ ଡାକ୍ତରୀ ପରୀକ୍ଷା କରାଇଥିଲେ । ଏଥିସହ ଦୀର୍ଘଦିନ ଧରି ସାନ୍ତ୍ବନା ମଧ୍ୟ ଦିଆଯାଉଥିଲା । କିନ୍ତୁ ଯେଉଁ ହସ୍ପିଟାଲକୁ ସେମାନେ ଭଗବାନ ଦ୍ବାରା ଭାବି ଯାଇଥିଲେ ସେଠାରୁ ତାଙ୍କ ଝିଅ ମୃତଦେହ ମିଳିବ ବୋଲି ଭାବିନଥିଲେ । ଏବେ ଦିଲ୍ଲୀ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବିରୋଧରେ ଜଣେ ଅସହାୟ ବାପା ଅଭିଯୋଗ ଆଣିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଦୁଇ ବର୍ଷ ବୟସରେ ତନବୀଙ୍କ ହୃଦଘାତ ଚିହ୍ନଟ ହୋଇଥିଲା । ଫଳରେ ମୁକେଶ ପରିହାନି ଯିଏ ତାଙ୍କ ଝିଅର ଚିକିତ୍ସା ପାଇଁ କୋଟାରୁ ଏମ୍ସ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । ଡାକ୍ତରମାନେ ତନବୀଙ୍କୁ ଭେର୍ଟ୍ରିକୁଲାର ସେପ୍ଟାଲ ଡିପ୍ଟ ଏବଂ ପଲ୍ମୋନାରୀ ଆଟ୍ରେସିଆ ରୋଗ ଚିହ୍ନଟ କରିଥିଲେ । ଯାହାର ଅର୍ଥ ହେଉଛି ଜନ୍ମରୁ ତାଙ୍କ ହାର୍ଟରେ ଏକ ଛିଦ୍ର ଥିଲା ଏବଂ ଫୁସଫୁସ୍ ଯୋଗାଣ କରୁଥିବା ରକ୍ତବାହୀ ନଳୀଗୁଡିକ ମଧ୍ୟ ଖରାପ ହୋଇଯାଇଥିଲା । ଏହା ପରେ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । ଅନେକ ଦିନର ପରୀକ୍ଷା ପରେ ଡାକ୍ତରମାନେ ଝିଅର ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ । ଯେଉଁଥିପାଇଁ ୧.୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା ବୋଲି ଅନୁମାନ କରାଯାଇଥିଲା । ଝିଅକୁ ଭଲ କରିବା ପାଇଁ ବାପା ମୁକେଶ ମଧ୍ୟ ଡାକ୍ତରଙ୍କ କଥାରେ ରାଜି ହୋଇଯାଇଥିଲେ । ଡାକ୍ତରମାନେ ଅପରେସନ୍ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ହେଲେ ଅପରେସନ୍ ଡେଟ୍ ଘୁଞ୍ଚାଇବାର କାରଣ ଜଣାଇନଥିଲେ ।

ଏହି ସବୁ ମଧ୍ୟରେ ୩ ବର୍ଷ ବିତିଗଲାଣି । ୨୦୧୮ ମସିହାରେ ସଂଶୋଧନାତ୍ମକ ଅସ୍ତ୍ରରେପଚାର ସମ୍ଭବ ନୁହେଁ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ । ସେମାନେ କହିଲେ ଯେ ଝିଅଟିର ଫୁସଫୁସ ନଳୀ ପ୍ରାୟ ଅଦୃଶ୍ୟ ହୋଇଗଲାଣି, ଏବଂ ତାକୁ କେବଳ ଔଷଧ ଦ୍ୱାରା ପରିଚାଳନା କରାଯାଇପାରିବ। ପରିବାର ଏହାକୁ ନୀରବରେ ସହ୍ୟ କଲେ ଏବଂ ଫଲୋଅପ୍ ପାଇଁ ଆସିବା ଜାରି ରଖିଲେ।

ଶେଷରେ, ଡାକ୍ତରମାନେ ତାଙ୍କ ଝିଅର ହୃଦୟ ଏବଂ ଫୁସଫୁସ ପ୍ରତିରୋପଣ ପାଇଁ ରାଜି ହେଲେ, ଏବଂ ୧୩ ବର୍ଷ ପରେ, ଯେତେବେଳେ ତନବୀ ୧୫ ବର୍ଷ ବୟସର ଥିଲେ । ତାଙ୍କୁ ଅଗଷ୍ଟ ୨୦୨୪ରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ସ୍ଥିର କରିଥିଲେ ଯେ ହୃଦୟ ଏବଂ ଫୁସଫୁସ ପ୍ରତିରୋପଣ ଏକମାତ୍ର ଚିକିତ୍ସା । ସୋମବାର ସନ୍ଧ୍ୟାରେ ତାଙ୍କର ପରୀକ୍ଷା ଏବଂ ଏଣ୍ଡୋସ୍କୋପି କରାଯାଇଥିଲା । ମଙ୍ଗଳବାର ଭୋର ପ୍ରାୟ ୨ଟା ୩୦ ମିନିଟ୍ ସମୟରେ, ସେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବା ପରେ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ଦେଖିଲେ ଯେ ତାଙ୍କ ଅମ୍ଳଜାନ ସ୍ତର ୪୮ ପ୍ରତିଶତକୁ ହ୍ରାସ ପାଇଛି । ସେମାନେ ଅମ୍ଳଜାନ ଦେଇଥିଲେ କିନ୍ତୁ ତାଙ୍କୁ ହାଇପୋକ୍ସିକ ଆଟାକ୍ ହୋଇଥିଲା । ଅମ୍ଳଜାନ ଯୋଗାଣ ପର୍ଯ୍ୟାପ୍ତ ନଥିଲା, ଏବଂ ତାଙ୍କ ହୃଦୟ କାମ କରିବା ବନ୍ଦ କରିଦେଇଥିଲା । ହୃଦଘାତ ହେବା ପରେ ସକାଳ ୫ଟା ୬ଟା ରେ ତନବୀଙ୍କୁ ମୃତ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଯେତେବେଳେ ଏମ୍ସ ତାଙ୍କ ମୃତଦେହକୁ ତାଙ୍କ ହାତରେ ହସ୍ତାନ୍ତର କଲା, ସେତେବେଳେ ସେ ଧର୍ଯ୍ୟ ଏବଂ ସାହସ ହରାଇ ବସିଲେ ।ଲୁହରେ ଆଖି ଭିଜିଯାଇଥିଲା । ଏଥିସହ ଅଭିଯୋଗ ଆଣିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha