Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା, ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା, ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

K NEWS 5 days ago

ବାଂଶପାଳ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାମିଲନାଡୁ ମେଡିକାଲରେ ମୃତ୍ୟୁ ହୋଇଛି । ମୃତକ କେନ୍ଦୁଝର ବରେଇଗୋଡ଼ା ପଞ୍ଚାୟତ ରେବଣା ଗାଁର ହୋଇଥିବା ସୂଚନା । ଗ୍ୟାସ ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଶ୍ରିମକଙ୍କ ମୃତ୍ୟୁ ସଂଖ୍ୟା ୧୪ରେ ପହଁଚିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ମୋଟ ୧୪ ଜଣଙ୍କ ମଧ୍ୟରୁ ୧୩ଜଣ କେନ୍ଦୁଝର ଜିଲ୍ଲାର।

ସୂଚନାଯୋଗ୍ୟ, ଗତ ୮ ଦିନ ତଳେ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଥିଲା । ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲ। ଚିକିତ୍ସାଧୀନ ଅବସ୍ଥାରେ ତାମିଲନାଡୁ ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତକ ଆଲୋରୀ ପଞ୍ଚାୟତ ଅନ୍ଧାରିସାହିର ହୋଇଥିବା ସୂଚନା ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha