ଆଳି: ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ । ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣା ଉପ-ଡାକଘରର ପୂର୍ବତନ ପୋଷ୍ଟ ମାଷ୍ଟର ଆଶିକ୍ କୁମାର ମାହାଲିଙ୍କୁ ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଆଳି JMFC କୋର୍ଟ । ସେ ପୋଷ୍ଟ ମାଷ୍ଟର ଥିବା ସମୟରେ ଜମାକାରୀ ଝରଣା ସେନାପତିଙ୍କ ଟଙ୍କା ହଡ଼ପ କରିଥିଲେ ।
ପ୍ରାୟ ୨୬ ହଜାର ଟଙ୍କା ଚଞ୍ଚକତା କରି ହଡ଼ପ କରିଥିବା ଡାକ ବିଭାଗରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାରକରି ଗତ ୨୦୨୫ ଡିସେମ୍ବର ୯ ତାରିଖରେ ପଟାମୁଣ୍ଡାଇ ପୋଷ୍ଟାଲ ସବ ଡିଭିଜନର ଇନିସପେକ୍ଟର ଅଂକୁର ନସ୍କାର ପୋଷ୍ଟମାଷ୍ଟରଙ୍କ ନାଁରେ ରାଜକନିକା ଥାନାରେ ଏତଲା ଦେଇଥିଲେ । ମାମଲାର ବିଚାର କରି ଆଜି ଆଳି JMFC କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ ବ୍ରାଉନସୁଗାର ବ୍ୟବସାୟୀ ଚିତ୍ତରଞ୍ଜନ ସାହୁ ଓରଫ ମଧୁକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏଥିସହ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଜରିମାନା ଅନାଦାୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଥିଲା ।

