Dailyhunt
ଟିଭିଏସ ଶୋ'ରୁମ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ

ଟିଭିଏସ ଶୋ'ରୁମ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ

K NEWS 1 week ago

ସୋର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ସୋର କୁପାରୀ ରାଜ୍ୟରାଜପଥର ନଟାପଡା ଛକ ନିକଟରେ ଥିବା ଏକ ଟିଭିଏସ ଶୋ'ରୁମ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ ହୋଇଯାଇଛି । ସୋରୁମ ବନ୍ଦ ହୋଇଯାଇଥିଲା ବେଳେ ହଠାତ ଭିତରୁ ନିଆଁ ବାହାରିଥିଲା । ସ୍ଥାନୀୟ ଲୋକ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବା ସହିତ ଖଇରା ଦମକଳ ବାହୀନି କୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଦୁଇ ଟି ଦମକଳ ପହଁଚି ନିଆଁ କୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ୨୦ ରୁ ଅଧିକ ଗାଡ଼ି ଜଳି ଯାଇଥିବା ର ସୁଚନା ରହିଛି ।

ଗତ ୩ ମାସ ତଳେ ବାରିପଦାରେ ବ୍ୟାଟେରୀ ଗାଡ଼ି ଶୋ'ରୁମ୍ ଜଳିଯାଇଥିଲା । ବିଳମ୍ବିତ ରାତିରେ ବାରିପଦା ଦାରୋଗାଡାହି ସ୍ଥିତ ବ୍ୟାଟେରୀ ଗାଡ଼ି ଶୋ'ରୁମ୍ ରେ ଘଟିଥିଲା ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗି ୩୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିଲା ବେଳେ, ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲା । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ମୃତାହତ ଖବର ଆସିନଥିଲା । ତେବେ ନିଆଁ ଲାଗି ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha