Dailyhunt
ଉଦଳା ମେଡିକାଲ ନାଁରେ ସାଂଘାତିକ ଅଭିଯୋଗ, କୁଣ୍ଡିଆ ଘା' ପାଇଁ ମେଡିକାଲ ଦେଲା ଏକ୍ସପାରୀ କାନଡ୍ରପ

ଉଦଳା ମେଡିକାଲ ନାଁରେ ସାଂଘାତିକ ଅଭିଯୋଗ, କୁଣ୍ଡିଆ ଘା' ପାଇଁ ମେଡିକାଲ ଦେଲା ଏକ୍ସପାରୀ କାନଡ୍ରପ

K NEWS 2 weeks ago

ଦଳା : କୁଣ୍ଡିଆ ଘା ପାଇଁ ଡାକ୍ତର ଲେଖିଲେ କାନ ଡ୍ରପ । ତାହା ପୁଣି ଏକ୍ସପାରୀ । ଉଦଳା ମେଡିକାଲ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଉଦଳା ଥାନା ଖଲାଡି ଗାଁର ଲରେନ୍ସ ଖଣ୍ଡେଇ ।

ଲରେନ୍ସଙ୍କ ଦେହ କୁଣ୍ଡାଇ ହୋଇ ଘା ହେଉଥିବାରୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲକୁ ଆସିଥିଲେ । ଉଦଳା ଡାକ୍ତରଖାନାରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ ।

ହେଲେ ରାତିରେ ଔଷଧ ଲଗାବା ବେଳେ ଲୋସନ ଏକ୍ସପାରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଦିଆଯାଇଥିବା ଲୋସନ୨୦୨୫ ମସିହାରୁ ଏକ୍ସପାଏର ହୋଇଯାଇଥିଲା । ଏହା ସହିତ କୁଣ୍ଡିଆ ରୋଗ ନିମନ୍ତେ କ୍ଲଟ୍ରିମାଜଲ ଲୋସନ ବଦଳରେ ସେହି କମ୍ପୋଜିସନ ଥିବା କାନ ଡ୍ରପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଲରେନ୍ସ ।

ସେପଟେ ଏଭଳି ସାଙ୍ଘାତିକ ଅଭିଯୋଗ ବାବଦରେ ଏସଡିଏମଓଙ୍କୁ ପଚାରିବାରୁ ଉକ୍ତ ମେଡ଼ିସିନ ପ୍ରେସକ୍ରିପସନରେ ଲେଖା ନାହିଁ ଏବଂ ତାହା ଉଦଳା ମେଡିକାଲର ନୁହେଁ ବୋଲି କହି ଦୋଷ ଖସାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି କିଏ କହୁଛି ସତ । ଏସଡିଏମଓ ନା ରୋଗୀ । କର୍ମଚାରୀଙ୍କ ଅବହେଳାକୁ ଲୁଚାଇବାକୁ ଚେଷ୍ଟା କରୁ ନାହାନ୍ତି ତ ମେଡିକାଲ ଅଧିକାରୀ ? ଏହା ତଦନ୍ତ ସାପେକ୍ଷ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha