Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯୁବଶକ୍ତି ହିଁ ଓଡ଼ିଶାର ଭବିଷ୍ୟତ, କଳିଙ୍ଗ ଟିଭି କନକ୍ଲେଭରେ ବକ୍ତାଙ୍କ ମତ

ଯୁବଶକ୍ତି ହିଁ ଓଡ଼ିଶାର ଭବିଷ୍ୟତ, କଳିଙ୍ଗ ଟିଭି କନକ୍ଲେଭରେ ବକ୍ତାଙ୍କ ମତ

K NEWS 1 week ago

ଭୁବନେଶ୍ବର: ଯୁବଶକ୍ତି ହିଁ ଓଡ଼ିଶାର ଭବିଷ୍ୟତ । କଳିଙ୍ଗ ଟିଭି କନକ୍ଲେଭ୍ ରେ ବିକାଶର ରୋଡମ୍ୟାପ୍ ଉପରେ ଚର୍ଚ୍ଚା । ଭୁବନେଶ୍ୱରର ମେଫେୟାର ହୋଟେଲରେ କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ହୋଇଥିଲା କଳିଙ୍ଗ ଟିଭି ଯୁବ ଶକ୍ତି ଓଡ଼ିଶାର ପ୍ରଗତି । ଓଡ଼ିଶାର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ଭୂମିକା, ଦକ୍ଷତା ବିକାଶ, ଶିକ୍ଷା, ଶିଳ୍ପାୟନ ଓ ଉଦ୍ୟୋଗୀ ସୃଷ୍ଟି ଭଳି ବିଷୟକୁ ନେଇ ଏହି ମଞ୍ଚରେ ବିସ୍ତୃତ ଆଲୋଚନା ହୋଇଥିଲା ।

ମଞ୍ଚରେ ବାଚସ୍ପତି ସୁରମା ପାଢ଼ୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, କିଟ୍, କିସ୍ ଓ କିମ୍ସ ସହ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କଳିଙ୍ଗ ଟିଭି ଉପଦେଷ୍ଟା ଉମାପଦ ବୋଷ ଏବଂ କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବଢ଼ାଇଥିଲେ ।

ଦେଶ ଓ ରାଜ୍ୟର ଜନସଂଖ୍ୟାରେ ଯୁବପିଢ଼ିଙ୍କ ଅଂଶ ସର୍ବାଧିକ । ଏହି ଶକ୍ତିକୁ ସଠିକ୍ ଦିଗରେ ବ୍ୟବହାର କରାଯାଇପାରିଲେ ଓଡ଼ିଶା ବିକାଶର ନୂଆ ଶିଖର ଛୁଇଁପାରିବ ବୋଲି ଅତିଥିମାନେ କହିଥିଲେ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ, ସ୍କିଲ୍ ଡେଭଲପମେଣ୍ଟ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।

ଆଗାମୀ ଦିନରେ ଉଦ୍ୟୋଗୀ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଆଗାମୀ ପିଢ଼ିକୁ ଦକ୍ଷ ଓ ଆତ୍ମନିର୍ଭର କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ଏକ ମାଇଲଖୁଣ୍ଟ ହେବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୁବପିଢ଼ିଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ନୂଆ ପିଢ଼ି ରାଜନୀତିରେ ଯୋଗ ଦେଲେ ନୂଆ ଚିନ୍ତାଧାରା ଓ ନୂଆ ସମୀକରଣ ସୃଷ୍ଟି ହେବ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଯୁବଶକ୍ତି ହିଁ ଭାଗ୍ୟଦାତା ଓ ଦେଶ ନିର୍ମାତା । ବାଚସ୍ପତି ସୁରମା ପାଢ଼ୀ କହିଥିଲେ , ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ତାର ଯୁବପିଢ଼ି । ଏହି ଆଲୋଚନାରେ କିଟ,କିମ୍ସ, କିସ୍ସ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଯୁବକ ମାନଙ୍କ ପାଇଁ ବଡ଼ ଉଦାହରଣ ବୋଲି ଅତିଥି ମାନେ କହିଥିଲେ ।

ଏହି ଅବସରରେ ବିଧାୟକ ଅଶୋକ ମହାନ୍ତି, ଦିବ୍ୟଶଙ୍କର ମିଶ୍ର, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, ତାରାପ୍ରସାଦ ବାହିନୀପତି, ନୀଳମାଧବ ହିକ୍କା ଓ ଅଗସ୍ତି ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଯୁବ ଉଦ୍ୟୋଗୀ, ସମାଜସେବୀ ଓ ବିଭିନ୍ନ କ୍ଷେତ୍ରର ୨୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । କଳିଙ୍ଗ ଟିଭିର ଏହି କନକ୍ଲେଭ୍ କୁ ସଫଳ କରିବାରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ଶିଳ୍ପ ଓ କର୍ପୋରେଟ୍ ସଂସ୍ଥା ଅସୋସିଏଟ୍ ପାର୍ଟନର ଭାବେ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha