Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୟୁଜର୍ସଙ୍କ ପାଇଁ BSNL ର ଜବରଦସ୍ତ ଅଫର୍, ଶସ୍ତା ପ୍ଲାନରେ ମିଳିବ ଲମ୍ବା ଭ୍ୟାଲିଡିଟି ଏବଂ 3GB ଡାଟା

ୟୁଜର୍ସଙ୍କ ପାଇଁ BSNL ର ଜବରଦସ୍ତ ଅଫର୍, ଶସ୍ତା ପ୍ଲାନରେ ମିଳିବ ଲମ୍ବା ଭ୍ୟାଲିଡିଟି ଏବଂ 3GB ଡାଟା

K NEWS 5 days ago

ନିଜର ଶସ୍ତା ପ୍ଲାନ୍ ପାଇଁ ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL ଖୁବ୍ ପପୁଲାର ହୋଇଛି । ଏହାର ରିଚାର୍ଜ ପ୍ଲାନ୍ ଅନ୍ୟ କମ୍ପାନୀ ତୁଳନାରେ ଯଥେଷ୍ଟ କମ୍ ମୂଲ୍ୟରେ ଉପଲବ୍ଧ । BSNL ଏବେ ଆଉ ଏକ ପ୍ଲାନ୍ ଇଣ୍ଟ୍ରଡ୍ୟୁସ୍ କରିଛି ।ଯେଉଁଥିରେ କମ୍ ମୂଲ୍ୟରେ ଲମ୍ବା ଭ୍ୟାଲିଡିଟି ଏବଂ ପ୍ରଚୁର ଡାଟା ପ୍ୟାକର ସୁବିଧା ମିଳିବ ।

ଯେଉଁମାନେ ଅଧିକ ଡାଟା ୟୁଜ୍ କରୁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍ ବହୁତ ଖାସ୍ । ଆସନ୍ତୁ କମ୍ପାନୀ ପ୍ଲାନ୍ ଏବଂ ଏହାର ଲାଭ ବିଷୟରେ ଜାଣିବା ।

୫୯୯ ଟଙ୍କାର ରିଚାର୍ଜ ପ୍ଲାନରେ ୭୦ ଦିନିଆ ଭ୍ୟାଲିଡିଟି ଅଫର୍ ପ୍ରଦାନ କରିଛି ସରକାରୀ ଟେଲିକମ୍ କମ୍ପାନୀ । ଏହାରି ମଧ୍ୟରେ ୟୁଜର୍ସ ଦୈନିକ 3GB ଡାଟା ଅର୍ଥାତ୍ ପ୍ଲାନ୍ ଭ୍ୟାଲିଡିଟି ହିସାବରେ ମୋଟ 210GB ଡାଟା ମିଳିବ । ଅନଲାଇନ୍ ଗେମିଂ ଠାରୁ ଆରମ୍ଭ କରି ଭିଡିଓ ଷ୍ଟ୍ରିମିଂ ପର୍ଯ୍ୟନ୍ତ ଡାଟା ଯଥେଷ୍ଟ । ଯଦି ଅନ୍ୟାନ୍ୟ ବେନିଫିଟ୍ସ କଥା କୁହାଯାଏ ତେବେ ଦେଶର ଯେକୌଣସି ନମ୍ବରକୁ ଅନଲିମିଟେଡ୍ ଭଏସ୍ କଲ୍, ପ୍ରତିଦିନ 100ଟି SMS ଏବଂ ଫ୍ରି ରୋମିଂ ସାମିଲ ।

BSNL କିଛି ଦିନ ପୂର୍ବରୁ ଏକ ଶସ୍ତା ରିଚାର୍ଜ ପ୍ଲାନର ଘୋଷଣା କରିଥିଲେ । ମାତ୍ର ୫୧ ଟଙ୍କାର ଏହି ପ୍ଲାନରେ ୨୮ ଦିନରେ 2GB ଡାଟା, ଅନଲିମିଡଟେଡ୍ କଲିଂ ଏବଂ ଫ୍ରି SMSର ସୁବିଧା ମିଳୁଛି । ଏହି ପ୍ଲାନ୍ କେବଳ ନୂଆ ୟୁଜର୍ସଙ୍କ ପାଇଁ ଉପଲବ୍ଧ । କିନ୍ତୁ ପୁରୁଣା ୟୁଜର୍ସ ଏହାର ଫାଇଦା ଉଠାଇପାରିବେ ନାହିଁ । ଖାସ୍ କଥା ହେଉଛି ଯେ, ଏହି ଅଫରରେ BSNL ଫ୍ରି ସିମ୍ କାର୍ଡ ପ୍ରଦାନ କରୁଛି । ଅର୍ଥାତ୍ ୟୁଜର୍ସଙ୍କୁ ସିମ୍ କାର୍ଡ ପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ । ସେମାନଙ୍କୁ ୫୧ ଟଙ୍କାରେ ସିମ୍ କାର୍ଡ ସହିତ ସ୍ମାର୍ଟ ଷ୍ଟାର୍ଟ ପ୍ଲାନ୍ ମିଳିବ ।

ଯଦି BSNLର ଦୈନିକ 3GB ଡାଟା ପ୍ଲାନକୁ Airtelର 3GB ପ୍ଲାନ ସହିତ ତୁଳନା କରାଯାଏ, ତେବେ ପ୍ରଥମଟି ବହୁତ ଶସ୍ତା । ଏହି Airtel ପ୍ଲାନର ମୂଲ୍ୟ ୮୩୮ଟଙ୍କାରେ ୫୬ ଦିନର ଭ୍ୟାଲିଡିଟି ମିଳୁଛି । ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ 100 SMS ବ୍ୟତୀତ, Airtel ଏହି ରିଚାର୍ଜ ପ୍ଲାନ ସହିତ ଅତିରିକ୍ତ ସୁବିଧା ପ୍ରଦାନ କରୁଛି । ଯେଉଁଥିରେ Amazon Prime Lite ର ୫୬ ଦିନର ସବସ୍କ୍ରିପସନ, ୨୦ଟି OTT ଆପ୍ ସହିତ Airtel Xstream Premium, ଅନଲିମିଟେଡ୍ 5G ଡାଟା ଏବଂ ୧୨ ମାସର Adobe Express ର ପ୍ରିମିୟମ୍ ସବସ୍କ୍ରିପସନ ଫ୍ରିରେ ପ୍ରଦାନ କରୁଛି । Airtel ର ପ୍ଲାନ ଅଧିକ ସୁବିଧା ପ୍ରଦାନ କରେ, କିନ୍ତୁ ଏହାର ମୂଲ୍ୟ BSNL ତୁଳନାରେ ବହୁତ ଅଧିକ ଏବଂ ଏହାର ଭ୍ୟାଲିଡିଟି ଖୁବ୍ କମ୍ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha