Dailyhunt
୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ।ଇରାନର ୧୦ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ।ଇରାନର ୧୦ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ

Madhulekha 1 week ago

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ପାକିସ୍ତାନର ଅସ୍ଥାୟୀ ଯୁଦ୍ଧବିରତି ଅନୁରୋଧକୁ ଗ୍ରହଣ କରିଛନ୍ତି।

ଇରାନ ମଧ୍ୟ ଏକ ୧୦-ସୂତ୍ରୀ ପ୍ରସ୍ତାବ ରଖିଛି, ଯାହାକୁ ଆଲୋଚନା ପାଇଁ ଆଧାର ଭାବରେ ବିବେଚନା କରାଯାଉଛି। ଇରାନ ସର୍ତ୍ତ ଆଗରେ ଟ୍ରମ୍ପ ମୁଣ୍ଡ ନୁଆଁଇଛନ୍ତି । ଆମେରିକା ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ନିଜର ସମସ୍ତ ସାମରିକ ୟୁନିଟକୁ ଗୁଳିଚାଳନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଦୁଇ ସପ୍ତାହର ସମୟ ରଖାଯାଇଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ ଏକ ଦୀର୍ଘକାଳୀନ ବିଶ୍ୱ ସମସ୍ୟା ଏବେ ସମାଧାନର ବହୁତ ନିକଟତର। ଯଦି ଏହି ଦୁଇ ସପ୍ତାହର ଅବଧି ସଫଳ ହୁଏ, ତେବେ ଏହା ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିପାରିବ। ବର୍ତ୍ତମାନ ପାଇଁ, ସମଗ୍ର ବିଶ୍ୱ ଇରାନର ପରବର୍ତ୍ତୀ ପଦକ୍ଷେପ ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ଉପରେ ନଜର ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha