Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ୫୩ତମ ଜନ୍ମଦିବସ ପାଳନ କଲେ ସୋନୁ ନିଗମ

ଆଜି ୫୩ତମ ଜନ୍ମଦିବସ ପାଳନ କଲେ ସୋନୁ ନିଗମ

Madhulekha 2 days ago

ସୋନୁ ନିଗମଙ୍କ ଆଜି ୫୩ତମ ଜନ୍ମଦିବସ ପାଳନ କରୁଥିବାବେଳେ, ତାଙ୍କ ଜୀବନ ସଂଘର୍ଷ, ସଙ୍ଗୀତ ପ୍ରତି ସମର୍ପଣ ଏବଂ ସଫଳତାର କାହାଣୀ ଆଜି ମଧ୍ୟ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ।ସୋନୁ ନିଗମ ଭାରତର ସବୁଠାରୁ ସଫଳ ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ। 'ଅଚ୍ଛା ସିଲା ଦିଆ', 'କଲ୍ ହୋ ନା ହୋ', 'ଅଭି ମୁଝ୍ ମେ କହିଁ' ଭଳି ଅନେକ ହିଟ୍ ଗୀତ ତାଙ୍କୁ ଆଜି ଘରେ ଘରେ ପରିଚିତ କରାଇଛି ।

ଗୀତ, ଲାଇଭ୍ କନ୍ସର୍ଟ, ମ୍ୟୁଜିକ୍ ଆଲବମ୍ ଓ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ତାଙ୍କ ଆୟର ମୁଖ୍ୟ ଉତ୍ସ। କିଛି ମିଡିଆ ରିପୋର୍ଟ ଅନୁସାରେ ସୋନୁ ନିଗମଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୩୫୦-୪୦୦ କୋଟି ଟଙ୍କା ମଧ୍ୟରେ ରହିଥିବା କୁହାଯାଏ। ତେବେ ଏହି ଆକଳନ ସ୍ପଷ୍ଟ ପ୍ରମାଣିତ ନୁହେଁ ।୧୯୭୩ ମସିହା ଜୁଲାଇ ୩୦ରେ ହରିୟାଣାର ଫରିଦାବାଦରେ ଜନ୍ମିତ ସୋନୁ ନିଗମ ସଙ୍ଗୀତକୁ ପାରିବାରିକ ଉତ୍ତରାଧିକାର ଭାବେ ପାଇଥିଲେ। ତାଙ୍କ ପିତା ଆଗମ କୁମାର ନିଗମ ଜଣେ ପ୍ରସିଦ୍ଧ ଗାୟକ ଥିବାରୁ ଅତି ଛୋଟ ବୟସରୁ ସୋନୁ ସଙ୍ଗୀତର ତାଲିମ ନେଇଥିଲେ।

ଚାରି ବର୍ଷ ବୟସରେ ବାପାଙ୍କ ସହ ମଞ୍ଚରେ 'କ୍ୟା ହୁଆ ତେରା ୱାଦା' ଗୀତ ପରିବେଷଣ କରି ସମସ୍ତଙ୍କ ମନ ଜିତିଥିଲେ। ଏହାପରେ ବାପାଙ୍କ ସହ ବିଭିନ୍ନ ବିବାହ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ।୧୯୯୧ରେ ସଙ୍ଗୀତରେ ବଡ଼ ସ୍ୱପ୍ନ ନେଇ ସେ ମୁମ୍ବାଇ ଆସିଥିଲେ। ଆରମ୍ଭରେ ଅନେକ ସଂଘର୍ଷ ଓ ପ୍ରତ୍ୟାଖ୍ୟାନ ସହିବାକୁ ପଡ଼ିଥିଲେ ମଧ୍ୟ ୧୯୯୨ରେ ଟି-ସିରିଜ୍‌ର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ସହ ଭେଟ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। 'ରଫି କି ୟାଦେଁ' ଆଲବମରେ ମହମ୍ମଦ ରଫିଙ୍କ ଗୀତ ଗାଇବାର ସୁଯୋଗ ତାଙ୍କୁ ମିଳିଥିଲା। ପରେ ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ 'ଚନ୍ଦ୍ରକାନ୍ତା'ର ଟାଇଟଲ୍ ଟ୍ରାକ୍‌ରେ କଣ୍ଠଦାନ କରି ସେ ଚର୍ଚ୍ଚାକୁ ଆସିଥିଲେ।ହିନ୍ଦୀ ସହ ଓଡ଼ିଆ, କନ୍ନଡ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ଆସାମୀ ସମେତ ୩୨ରୁ ଅଧିକ ଭାଷାରେ ସେ ହଜାର ହଜାର ଗୀତରେ କଣ୍ଠଦାନ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha