Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ୨ ଜୀବନ୍ତ ଦଗ୍ଧ

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ୨ ଜୀବନ୍ତ ଦଗ୍ଧ

Madhulekha 2 weeks ago

କ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ୨୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କେୟାର ଟେକର୍ ଭାବେ କାମ କରୁଥିଲେ।

ନିଆଁ ଲାଗି ବାଇକ୍ ଓ କାର୍ ମଧ୍ୟ ପୋଡ଼ି ପାଉଁଶ ହୋଇଛି। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।ଏହି ଅଗ୍ନିକାଣ୍ଡରେ ବହୁ ସଂପତ୍ତି ପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha