Dailyhunt
ଆଉ ୪ ସପ୍ତାହ  ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍

ଆଉ ୪ ସପ୍ତାହ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍

Madhulekha 3 weeks ago

ଉ ୪ ସପ୍ତାହ ମିଳିବନି TRP । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍ ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ବ୍ରଡକାଷ୍ଟ ଆଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍ (BARC) କୁ ନିର୍ଦ୍ଦେଶ ଦେଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲମାନଙ୍କର TRPs ରିପୋର୍ଟିଂକୁ ତୁରନ୍ତ ୪ ସପ୍ତାହ ପାଇଁ କିମ୍ବା ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଅଟକାଇ ରଖିବାକୁ।ନୂତନ ଆଦେଶରେ କୁହାଯାଇଛି ଯେ ଏହି ପଦକ୍ଷେପ କିଛି ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରଚାରିତ ଅନାବଶ୍ୟକ ସେନ୍ସେସନାଲିଜମ୍ ଓ ଅନୁମାନଭିତ୍ତିକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିଲା, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ, ବିଶେଷକରି ପ୍ରଭାବିତ ଅଞ୍ଚଳରେ ବସୁଥିବା କିମ୍ବା ସେଠାରେ ନିଜ ପରିଜନ ଥିବା ଲୋକଙ୍କ ମଧ୍ୟରେ।ଯୁଦ୍ଧ ସମୟରେ ରେଟିଂ ପାଇବା ଆଶାରେ ଚ୍ୟାନେଲ୍ ଗୁଡ଼ିକ ଯେପରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଲା ଭଳି ଖବର ନଦେଖାନ୍ତି ଚିଠିରେ ଉଲ୍ଲେଖ ରହିଛି ।

ଏହା ସହ ଚ୍ୟାନେଲ୍ ଗୁଡ଼ିକ କେବଳ ନମ୍ବର-୧ ହେବା ପାଇଁ ଚେଷ୍ଟା ନକରି ଗମ୍ଭୀରତାର ସହ ଖବର ପରିବେଷଣ କରନ୍ତୁ ବୋଲି ନିର୍ଦ୍ଦେଶ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha