Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ !ଦିନକ ପରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ !ଦିନକ ପରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ

Madhulekha 3 months ago

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହାଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ ।ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ ହୋଇଥିବା ନେଇ ବରଗଡ଼ ଏମପି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ପୂର୍ବର କାର୍ଯ୍ୟସୂଚୀ ଅନୁସାରେ, ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଗସ୍ତ କରିଥାନ୍ତେ ।

ସେଠାରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ ସହିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା ।ତେବେ ପାଗ ଖରାପ ଥିବାରୁ ସେଗୁଡ଼ିକ ପରେ ପୁନଃ ସୂଚିବଦ୍ଧ କରାଯିବ ବୋଲି ଆଶା କରାଯାଉଛି । ଏହି ଘଟଣା ପରେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଆଗାମୀ ତାରିଖରେ ଗସ୍ତ ପୁନଃ ଘୋଷଣା ହୋଇପାରେ ବୋଲି ଆଶା ।ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମଧ୍ୟ ସମାନ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । କିଛି ଗୁରୁତ୍ୱପୁର୍ଣ କାମ ଆସିବାରୁ ତାଙ୍କ ଗସ୍ତ ବାତିଲ ହୋଇଛି । ପରବର୍ତୀ ସମୟରେ ଅମିତ ଶାହଙ୍କ ଗସ୍ତ ରି ସିଡ୍ୟୁଲ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha