Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅସ୍ତ୍ରୋପଚାର ପରେ ୭ ମାସର ଶିଶୁ ତଣ୍ଟିରୁ ବାହାରିଲା କ୍ଲିପ୍

ଅସ୍ତ୍ରୋପଚାର ପରେ ୭ ମାସର ଶିଶୁ ତଣ୍ଟିରୁ ବାହାରିଲା କ୍ଲିପ୍

Madhulekha 3 weeks ago

କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌ ବାହାର କରାଯାଇଛି। ସୂଚନା ଅନୁଯାୟୀ, ଶିଶୁର ଜୀବନ ରକ୍ଷା ହୋଇଛି। ୭ ମାସର ଏକ ଶିଶୁ ଖେଳୁଥିବା ବେଳେ ଏକ କ୍ଲିପ ଗିଳିଦେଇଥିଲା। କ୍ଲିପ୍ ଟି ତଣ୍ଟିରେ ଲାଗିଯିବାରୁ ଶ୍ବାସକ୍ରିୟାରେ ସମସ୍ୟା ହୋଇଥିଲା।

ପରିବାର ଲୋକେ ଶିଶୁକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଶିଶୁର ଜୀବନ ବଞ୍ଚାଇବାକୁ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଚିକିତ୍ସାଳୟର ଇଏନ୍‌ଟି ବିଭାଗର ଡା. ରାଜେଶ କର, ଡା. ଗୋପାଳ ନାୟକ ଓ ତାଙ୍କ ଟିମ୍‌ ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର କରି କ୍ଲଚର ସଫଳତାର ସହ ବାହାର କରିଥିଲେ। ଶିଶୁ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha