Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଳମ୍ବିତ ରାତିରେ ଫିଟିଲା ଶ୍ରୀଅଙ୍ଗ, ଆଜି ଫୁଲୁରୀ ତେଲ ଲାଗି

ବିଳମ୍ବିତ ରାତିରେ ଫିଟିଲା ଶ୍ରୀଅଙ୍ଗ, ଆଜି ଫୁଲୁରୀ ତେଲ ଲାଗି

Madhulekha 1 week ago

ସ୍ନାନଯାତ୍ରା ପରେ ଅଣସର ଘରେ ଅସୁସ୍ଥ ଦାରୁବ୍ରହ୍ମଙ୍କ ଅନବସର ତଥା ଗୁପ୍ତ ସେବା। ପଞ୍ଚମ ଦିନର ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିଛି । ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରୀ ତେଲ। ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହିତ ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ।

ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଏବେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା । ଜ୍ବରର ଉତ୍ତାପ କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳକୁ । ସ୍ନାନ ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ବା କାଢିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଛି। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରି ତେଲ ସେବା ।

ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ ରହିଛି । କେହି ନଦେଖିଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳା ହୋଇ ରହିଥାଏ । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ । ସେହି ଦିନ ଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଉକ୍ତ ତେଲ ମୁଦ ଦିଆଯାଇ ରହିଥାଏ । ପରେ ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ରହିଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha