Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

Madhulekha 3 weeks ago

ନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍‌ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ସେବା ଆରମ୍ଭ ହୋଇଛି।ଦୁଇ ଦିନରେ ୧୮୦ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପୂରା ଗାଁକୁ ସାନିଟାଇଜ କରାଯାଇଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଔଷଧ ସିଞ୍ଚନ କରାଯିବା ସହ ଲୋକଙ୍କ ନମୁନା ଟେଷ୍ଟ କରାଯାଉଛି। ବର୍ତ୍ତମାନ ସମସ୍ତ ଟେଷ୍ଟ ରାପିଡ଼ ଟେଷ୍ଟିଙ୍ଗ କିଟ୍‌ ମାଧ୍ୟମରେ କରାଯାଉଛି ଏବଂ ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ନମୁନା ପଠାଯାଇ ଏଲିଶା ରିଡର ସାହାଯ୍ୟରେ ଟେଷ୍ଟ କରାଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha