Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ

ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ

Madhulekha 3 weeks ago

ଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ । ଏନେଇ ସୂଚନା ଦେଲେ ଅବକୀରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଓଡ଼ିଶାରେ ନିଶା କାରବାର ଏବଂ ମାଫିଆଙ୍କୁ ଦମନ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ଚଢ଼ାଉ ସମୟରେ ସ୍ୱଚ୍ଛତା ଆଣିବା, କାର୍ଯ୍ୟାନୁଷ୍ଠାନକୁ ଅଧିକ ଦାୟିତ୍ୱପୂର୍ଣ୍ଣ କରିବା ଏବଂ ନିଶା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଏହାଦ୍ୱାରା ଚଢ଼ାଉର ସମସ୍ତ ଦୃଶ୍ୟ ରେକର୍ଡ ହୋଇ ରହିବ, ଯାହା ଅପରାଧୀଙ୍କୁ ସାବାଡ଼ କରିବାରେ ଏବଂ ପ୍ରମାଣ ସଂଗ୍ରହ କରିବାରେ ବେଶ୍ ସହାୟକ ହେବ।କର୍ମଚାରୀଙ୍କୁ ଉପରେ ଆକ୍ରମଣ ହେଲେ ପ୍ରମାଣ ଯୋଗାଡ ହୋଇପାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha