Dailyhunt
ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ !ଇସ୍ତଫା ଦେବା ପଛର କାରଣ କଣ ?

ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ !ଇସ୍ତଫା ଦେବା ପଛର କାରଣ କଣ ?

Madhulekha 1 week ago

ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତଥାପି, ତାଙ୍କ ଉତ୍ତରାଧିକାରୀ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ୱିଲସନ ତାଙ୍କର ଦାୟିତ୍ୱ ନିର୍ବାହ କରିବେ।

ତେବେ ସିଇଓ କ୍ୟାମ୍ପବେଲ୍ କାହିଁକି ଏହି ପଦବୀ ଛାଡ଼ିଲେ ସେ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । କ୍ୟାମ୍ପବେଲଙ୍କ ଇସ୍ତଫା ପରେ ବିମାନ ସେବା ଯୋଗାଉଥିବା କମ୍ପାନୀ ଏବେ ଜଣେ ନୂତନ ସିଇଓ ଖୋଜିବାରେ ଲାଗିଛି। ବୋର୍ଡ ବର୍ତ୍ତମାନ ଅନେକ ବିଶ୍ୱସ୍ତରୀୟ ଏୟାରଲାଇନ୍ସର ମୁଖ୍ୟଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି । ଏଠାରେ କହିରଖୁଛୁ କି, ୱିଲସନ୍ ସେପ୍ଟେମ୍ବର ୨୦୨୨ ମସିହାରେ ୫ ବର୍ଷର ଚୁକ୍ତିରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ । ତେବେ ସେହି ବର୍ଷ ଏୟାରଲାଇନ୍ସର ଘରୋଇକରଣ ମଧ୍ୟ ହୋଇଥିଲା । ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୭ରେ ଶେଷ ହେବାର ଥିଲା, କିନ୍ତୁ ସମୟସୀମା ସରିବା ପୂର୍ବରୁ ସେ ଚାକିରି ଛାଡ଼ିଦେଇଛନ୍ତି ।ଏୟାର ଇଣ୍ଡିଆ ବର୍ତ୍ତମାନ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି । କମ୍ପାନୀର କ୍ଷତି ବଢୁଥିବାବେଳେ ପରିଚାଳନାଗତ ଅସୁବିଧା ମଧ୍ୟ ଦେଖାଦେଇଛି । ତେବେ ଏହା କ୍ୟାମ୍ପବେଲଙ୍କ ଇସ୍ତଫା ପଛର କାରଣ ବୋଲି କୁହାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha