Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା !ଏହାର ଜବାବରେ ଇରାନର ଭୟଙ୍କର ଆଟାକ୍

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା !ଏହାର ଜବାବରେ ଇରାନର ଭୟଙ୍କର ଆଟାକ୍

Madhulekha 4 days ago

ମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ବା IRGCର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରି ନୂଆ ଆକ୍ରମଣ ଆରମ୍ଭ କରାଯାଇଥିବା US Central Command ବା CENTCOM ସୂଚନା ଦେଇଛି ।ଏହାର ଜବାବ ଦେଇଛି ଇରାନ ।

ଜୋର୍ଡାନରେ ଅବସ୍ଥିତ ପ୍ରିନ୍ସ ହସନ ଏୟାରବେସ୍ ଏବଂ ଅନ୍ୟ କିଛି ଆମେରିକୀୟ ବେସ ଉପରେ ବିଲିଷ୍ଟିକ୍ ମିସାଇଲରେ ଆକ୍ରମଣ କରାଯାଇଛି । ।

ସେହିପରି ବାହାରିନର ସେଖ୍ ଇନସା ଏୟାରବେସରେ ମଧ୍ୟ ଇରାନ ଆକ୍ରମଣ କରିଛି । କୁଏତରେ ମଧ୍ୟ ଆକ୍ରମଣ କରାଯାଇଛି । କୁଏତ ଏନେଇ ସ୍ପଷ୍ଟ କରିଛି । ଜୋର୍ଡାନ ସେନା ଅନୁସାରେ, ଦେଶର ଏୟାର ଡିଫେନ୍ସ ସିଷ୍ଟମ ସୀମାରେ ପ୍ରବେଶ କରୁଥିବା ୧୩ଟିରୁ ୧୦ଟି ବାଲିଷ୍ଟିକ୍ ମିସାଇଲକୁ ଆକାଶରେ ଧ୍ୱଂସ କରିଦେଇଛି । ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।ଗତ କିଛି ମାସ ଧରି ଇରାନ ଓ ଆମେରିକା ମଧ୍ୟରେ ସାମରିକ ଉତ୍ତେଜନା ବଢ଼ିବାରେ ଲାଗିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha