Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଟକ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ଜଣେ ବୃଦ୍ଧ ଅଟକ

କଟକ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ଜଣେ ବୃଦ୍ଧ ଅଟକ

Madhulekha 1 week ago

ଦୁଇ ଦିନ ପରେ ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା। କଟକରୁ ନାବାଳିକା ନିଖୋଜ ଘଟଣାରେ ବଡ଼ ଟ୍ବିଷ୍ଟ। କଟକ ବାଲିକୁଦରୁ ଅଭିଯୁକ୍ତକୁ ଧରି ଖୋର୍ଦ୍ଧା ଜିଲ୍ଲା କାଇପଦରରୁ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ବର୍ତ୍ତମାନ ଖୋର୍ଦ୍ଧା CWC ହେପାଜତରେ ରହିଛି ନାବାଳିକା। ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେସନ ନିକଟରୁ ନାବାଳିକା ନିଖୋଜ ହୋଇଯାଇଥିଲେ।ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା CWC ଅଧକ୍ଷ କହିଛନ୍ତି।

ନାବାଳିକାକୁ ଉଦ୍ଧର କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ପୋଲିସ CWCକୁ ନାବାଳିକାକୁ ହସ୍ତାନ୍ତର କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି CWC ଅଧକ୍ଷ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି।

ଦୁଇ ଦିନ ତଳେ କଟକ ଶିଖରପୁର ନିକଟ ରେଳ ଷ୍ଟେସନ ନିକଟରୁ ଅପହରଣ ହୋଇଥଲା ନାବାଳିକା। କମିଶନରେଟ୍ ପୋଲିସ, ଜିଆରପି ଓ ଆରପିଏଫ୍ ମିଳିତ ଭାବେ ଟିମ୍ ଗଠନ କରି ଖୋଜିଥିଲେ। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ, ବୈଷୟିକ ତଥ୍ୟକୁ ଅନୁଧ୍ୟାନ କରି ନାବାଳିକାକୁ ଅପହରଣ କରିଥିବା ବୃଦ୍ଧଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲା ପୋଲିସ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha