Dailyhunt
ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨-୩ ସପ୍ତାହରେ ହେବ ବଡ ଆକ୍ରମଣ: ଟ୍ରମ୍ପ

ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨-୩ ସପ୍ତାହରେ ହେବ ବଡ ଆକ୍ରମଣ: ଟ୍ରମ୍ପ

Madhulekha 2 weeks ago

ଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ| ତେବେ ଇରାନ ସହିତ ଯୁଦ୍ଧରେ ଆମେରିକା ବିଜୟ ହାସଲ କରିଛି। ଆମେରିକା ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ। ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା, ଏବଂ ଏହାର ନୌସେନାକୁ ନିରପେକ୍ଷ କରାଯାଇଛି।

ଏହାର ସାମରିକ ଶକ୍ତି ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଏହି ସାମରିକ ଅଭିଯାନର ଏକ ପ୍ରମୁଖ ଉଦ୍ଦେଶ୍ୟ ହାସଲ ହେବାର ଦ୍ୱାରରେ ଅଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି। ଅନ୍ୟପଟେ ଯୁଦ୍ଧର ୩୩ତମ ଦିବସରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ଏହାର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ହାତକୁ ଯାଇଛି।

ଏବେ ସେନା ପ୍ରତ୍ୟକ୍ଷ ଶାସନ କ୍ଷମତା ହାସଲ କରିବା ସହ ଏହି ଇସ୍‌ଲାମିକ ରାଷ୍ଟ୍ର ସାମରିକ ଶାସନ ଅଧୀନରେ ରହିବ। ଏଭଳି ସ୍ଥିତିରେ କୂଟନୈତିକ ରାସ୍ତା ଏବେ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଆମେରିକା ଏବଂ ଇସ୍ରାଏଲ ସେନା ଇରାନର ଶିଳ୍ପ ଭିତ୍ତିଭୂମିକୁ ଧ୍ୱଂସ କରୁଥିବା ବେଳେ ଏହି ଆଭ୍ୟନ୍ତରୀଣ କ୍ଷମତା ଦଖଲ ଇରାନକୁ ଏକ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ କରାଇବ। ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ଅବସ୍ଥିତି ସଂପର୍କରେ କୌଣସି ସୂଚନା ପ୍ରକାଶ କରାଯାଉନଥିବା ବେଳେ ବର୍ତ୍ତମାନ ୱାସିଂଟନ ସ୍ଥଳସେନା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।

ଏଭଳି ସମୟରେ ଇରାନରେ ଏକ ଛାୟା ସରକାରର ଉଦୟ ବିଶ୍ୱ ଗୁଇନ୍ଦା ସଂସ୍ଥାଗୁଡିକୁ ସ୍ତବ୍ଧ କରିଦେଇଛି। ତେବେ ଟ୍ରମ୍ପ କହିଛନ୍ତି,ସାରା ବିଶ୍ୱରେ ଆମେରିକା ପାଖରେ ଅଧିକ ଗ୍ୟାସ୍ ରହିଛି। ରୁଷ ଅପେକ୍ଷା ଅଧିକ ତେଲ ଉତ୍ପାଦନ କରୁଛି ଆମେରିକା। ଆମ ଭଳି ଦେଶ ସାରା ବିଶ୍ୱରେ ନାହିଁ।ଇରାନର ନୌସେନା ଧ୍ୱଂସ କରାଯାଇଛି।

ଇରାନର ମିସାଇଲ ଓ ଡ୍ରୋନ୍ ଶେଷ ହୋଇସାରିଛି। ଆଣବିକ କେନ୍ଦ୍ର ମଧ୍ୟ ଧ୍ୱଂସ ହୋଇ ସାରିଛି। ଇରାନ ସହ ଆମେରିକା କୌଣସି ଚୁକ୍ତି କରି ନାହିଁ। ଯୁଦ୍ଧ ଶେଷ ନହୋଇ ଜାରି ରହିବ।

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକା ସେନାର ବିଜୟ ହୋଇଛି। କଦାପି ପରମାଣୁ ଆକ୍ରମଣ କରିବାକୁ ଦିଆଯିବ ନାହିଁ। ହର୍ମୁଜ ପ୍ରଣାଳୀର ଆମେରିକାକୁ ଆବଶ୍ୟକତା ନାହିଁ। କମ୍ ସମୟ ଭିତରେ ଆମେରିକାର ବଡ ବିଜୟ ହୋଇ ସାରିଛି। ସୁରକ୍ଷା ପାଇଁ ଆମେରିକାର ଆକ୍ରମଣ ଜରୁରୀ ଥିଲା। ବିଜୟ ହୋଇ ସାରିଛି, ବର୍ତ୍ତମନ ଫେରିବାର ସମୟ ଆସିଛି। ମାତ୍ର ଅପରେସନ୍ 'ଏପିକ୍ ଫ୍ୟୁରୀ' ଜାରି ରହିବ। ସେନାର ଲକ୍ଷ୍ୟ ହାସଲ ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha