Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ମାମଲାର ଆଜି ଶୁଣାଣି! ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଜଗନ୍ନାଥପ୍ରେମୀଙ୍କ ନଜର

'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ମାମଲାର ଆଜି ଶୁଣାଣି! ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଜଗନ୍ନାଥପ୍ରେମୀଙ୍କ ନଜର

Madhulekha 1 week ago

ଜି ହାଇକୋର୍ଟରେ 'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର 'ମହାପ୍ରଭୁ ଶ୍ରୀଜଗନ୍ନାଥ'କୁ ନେଇ ମଙ୍ଗଳବାର ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତିରେ ଫିଲ୍ମ ବ୍ୟାନ ନେଇ ହୋଇଥିବା ପିଟିସନ ଖାରଜ କରିବା ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବକହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାପ୍ରଭୁଙ୍କ ସଂସ୍କୃତି ଓ ମହିମାର ପ୍ରଚାର କିପରି ଉତ୍ତମ ଭାବେ ହୋଇପାରିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ବୁଧବାର ଏହି ମାମଲା ହାଇକୋର୍ଟରେ ଶୁଣାଣି ହେବାକୁ ଥିବାରୁ, ଏବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା।ସେପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ସିନେମାକୁ ନେଇ ତେଜୁଛି ବିରୋଧ। ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜଗନ୍ନାଥପ୍ରେମୀ ଏଭଳି କାର୍ଟୁନ୍ ଫିଲ୍ମ ଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି କହିଛନ୍ତି। ତାସହ କହିଛନ୍ତି, ଏଥିରେ ମହାପ୍ରଭୁଙ୍କୁ ବିକୃତ କରି ଦର୍ଶାଯାଇଛି।

ତେଣୁ ସମ୍ପୃକ୍ତ ଆନିମେସନ ଚଳଚ୍ଚିତ୍ରର ନିର୍ମାତା ଏହି ଚଳଚ୍ଚିତ୍ର ପ୍ରଦର୍ଶନରୁ କ୍ଷାନ୍ତ ରୁହନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ। ଅପରପକ୍ଷରେ ସେନସର ବୋର୍ଡର ଅନୁମୋଦନ ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟ ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha