Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳରୁ ଭାସି ଭାରତୀୟ ନଦୀରେ ପହଞ୍ଚୁଛି ମୃତଦେହ

ନେପାଳରୁ ଭାସି ଭାରତୀୟ ନଦୀରେ ପହଞ୍ଚୁଛି ମୃତଦେହ

Madhulekha 1 week ago

ନେପାଳରେ ଆକସ୍ମିକ ବନ୍ୟା ପରେ ଭୟାବହ ସ୍ଥିତି । ବନ୍ୟାରେ ବହିଯାଇଥିବା ଶବ ନଦୀ ପଥରେ ଭାସି ଭାସି ଭାରତରେ ପହଞ୍ଚୁଛି । ନେପାଳରୁ ପ୍ରାୟ ୨୦୦ କିଲୋମିଟର ନଦୀ ପଥ ଅତିକ୍ରମ କରି ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶବ ମିଳୁଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲା ଦେଇ ପ୍ରବାହିତ ଗଣ୍ଡକ ନଦୀରୁ ୭ଟି ଅଜ୍ଞାତ ଶବ ଉଦ୍ଧାର ହୋଇଛି।

ଉଦ୍ଧାର ହୋଇଥିବା ଶବଗୁଡ଼ିକୁ ଚିହ୍ନଟ ପର୍ଯ୍ୟନ୍ତ ସରକାରୀ ଭବନ ଓ କମ୍ୟୁନିଟି ହଲ୍‌ରେ ଅସ୍ଥାୟୀ ଭାବେ ରଖାଯାଉଛି।ନାରାୟଣୀ ନଦୀରେ କେବଳ ପାଣି ପ୍ରବାହିତ ହେଉନାହିଁ। ବନ୍ୟା ପାଣି କାଠ, ଘରକରଣା ଜିନିଷପତ୍ର, ଏପରିକି ସିଲିଣ୍ଡର ସହିତ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ଭାରତ ପଟେ ପହଁଞ୍ଚିଛି। ଏହି ସମୟରେ, ଉଦ୍ଧାରକାରୀ ଦଳ ନଦୀରେ କିଛି ସନ୍ଦେହଜନକ ଜିନିଷ ଦେଖିଥିଲେ। ପାଖକୁ ଯାଇ ଭଲ ଭାବରେ ଯାଞ୍ଚ କରିବା ପରେ, ସେମାନେ ମୃତ ଶରୀର ପାଇଥିଲେ।

ନାରାୟଣୀ ନଦୀ ଅବବାହିକାରେ ଚିତୱାନ ଏବେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ଭାବେ ସାମ୍ନାକୁ ଆସିଛି। ଶୁକ୍ରବାର ସୁଦ୍ଧା ଚିତୱାନ ଜିଲ୍ଲାରୁ ୨୨୧ଟି ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଚିତୱାନର ହସ୍ପିଟାଲଗୁଡ଼ିକରେ ଥିବା ଶବଗୃହର କ୍ଷମତା ମାତ୍ର ୩୦ରୁ ୫୦ଟି ଶବ ରଖିବା ପାଇଁ ଥିଲା। ଅଧିକ ସଂଖ୍ୟକ ଶବ ଉଦ୍ଧାର ପରେ ପ୍ରଶାସନ ଅବ୍ୟବହୃତ ସରକାରୀ ଭବନଗୁଡ଼ିକୁ ଅସ୍ଥାୟୀ ଶବ ସଂରକ୍ଷଣ ଓ ଚିହ୍ନଟ କେନ୍ଦ୍ରରେ ପରିଣତ କରିଛି । ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୨୫୦ଟି ଶବ ରଖିବାର ବ୍ୟବସ୍ଥା କରାଯାଇଛି । ନେପାଳର ଜଳପ୍ରଳୟ ପରେ ନଦୀର ନିମ୍ନଗାମୀ ପ୍ରବାହରେ ଭାରତରେ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି । ନଦୀକୂଳ ଅଞ୍ଚଳରେ ଉଦ୍ଧାର ଓ ଚିହ୍ନଟ ପ୍ରକ୍ରିୟାକୁ ପ୍ରଶାସନ ପକ୍ଷରୁ ଜାରି ରଖାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha