Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫୋନ୍ ଅପଡେଟକୁ ଅଣଦେଖା କରୁଥିଲେ ସାବଧାନ !

ଫୋନ୍ ଅପଡେଟକୁ ଅଣଦେଖା କରୁଥିଲେ ସାବଧାନ !

Madhulekha 1 day ago

ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଅନେକ ଲୋକ ନୂଆ ସଫ୍ଟୱେର ଅପଡେଟ୍ ଆସିଲେ ତାହାକୁ ଅଣଦେଖା କରିଥାନ୍ତି। କିନ୍ତୁବିଶେଷଜ୍ଞମାନେ ନିୟମିତ ଭାବେ ଫୋନ୍ ଅପଡେଟ୍ କରିବାକୁ ପରାମର୍ଶ ଦେଇଥାନ୍ତି ।ସ୍ମାର୍ଟଫୋନ୍ କମ୍ପାନୀମାନେ ସମୟ ସମୟରେ ସଫ୍ଟୱେର ଓ ସିକ୍ୟୁରିଟି ଅପଡେଟ୍ ଜାରି କରନ୍ତି। ଏହି ଅପଡେଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫୋନ୍ ରେ ଥିବା ସୁରକ୍ଷା ତ୍ରୁଟିକୁ ଦୂର କରିବା, ନୂଆ ଫିଚର ଯୋଡ଼ିବା ଏବଂ ଫୋନର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା।

ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍ ଅପଡେଟ୍ କରୁନାହାନ୍ତି, ତେବେ ସାଇବର ଅପରାଧୀମାନେ ପୁରୁଣା ସୁରକ୍ଷା ତ୍ରୁଟିର ସୁଯୋଗ ନେଇ ଆପଣଙ୍କ ଡିଭାଇସ୍କୁ ଟାର୍ଗେଟ୍ କରିପାରନ୍ତି। ଏହା ଦ୍ୱାରା ବ୍ୟକ୍ତିଗତ ଫଟୋ, ଡକ୍ୟୁମେଣ୍ଟ, ପାସୱାର୍ଡ ଏବଂ ବ୍ୟାଙ୍କିଂ ସମ୍ବନ୍ଧୀୟ ସୂଚନା ଚୋରି ହେବାର ଆଶଙ୍କା ବଢ଼ିଯାଏ। କେବଳ ସୁରକ୍ଷା ନୁହେଁ, ପୁରୁଣା ସଫ୍ଟୱେର ବ୍ୟବହାର କଲେ ଫୋନ୍ ଧୀର ହୋଇଯିବା, ବାରମ୍ବାର ହ୍ୟାଙ୍ଗ୍ ହେବା, ବ୍ୟାଟେରି ଶୀଘ୍ର ଶେଷ ହେବା ଏବଂ କେତେକ ନୂଆ ଆପ୍ ସଠିକ୍ ଭାବେ କାମ ନ କରିବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha