Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ରାଜଧାନୀରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

Madhulekha 1 week ago

ରାଜଧାନୀ ଭୁବନେଶ୍ୱରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସରକାରୀ ସ୍ୱୀକୃତିପ୍ରାପ୍ତ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ନାମରେ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଦୀର୍ଘ ଦିନ ଧରି ନିଜ କ୍ଷମତାର ଅପବ୍ୟବହାର କରି କିଛି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ପିଲାମାନେ ନିଜର ଅକ୍ଷମତା ଯୋଗୁଁ ସହଜରେ କାହାକୁ କିଛି କହିପାରୁନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲେ। ତେବେ ଏହି ଘଟଣା କୌଣସି ପ୍ରକାରେ ବାହାରକୁ ଆସିବା ପରେ ପରିବାର ଲୋକେ ଏବଂ ସ୍ଥାନୀୟ ସାମାଜିକ କର୍ମୀମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଅଭିଯୋଗ ପାଇବା କ୍ଷଣି OSCPCR ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଆୟୋଗର ଏକ ସ୍ୱତନ୍ତ୍ର ଟିମ୍ ହଷ୍ଟେଲ ପରିଦର୍ଶନ କରିବା ସହ ପୀଡ଼ିତା ଛାତ୍ରୀ, ଅନ୍ୟ ଅନ୍ତେବାସୀ ଏବଂ ହଷ୍ଟେଲ କର୍ମଚାରୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ନିଷ୍ଠୁର କାର୍ଯ୍ୟ ପଛରେ କେବଳ ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି ନା ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେ ଦିଗରେ ମଧ୍ୟ ଖୋଳତାଡ଼ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha