Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ

ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ

Madhulekha 1 week ago

ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ଶ୍ରୀହସ୍ତ, ସୁବର୍ଣ୍ଣ ଶ୍ରୀପୟର । ଶଙ୍ଖ, ଚକ୍ର, ଗଦା। ଅଙ୍ଗେ ଅଙ୍ଗେ ଅପାର ଐଶ୍ୱର୍ଯ୍ୟ। ରଥ ଉପରେ ହୋଇଛି ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସୁନାବେଶ ଅବସରରେ ବଡ଼ଦାଣ୍ଡରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ।ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା କୁହାଯାଏ। ତିନିଠାକୁରଙ୍କୁ ଶ୍ରୀଭୁଜ ଓ ଶ୍ରୀପୟର ସହିତ ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ସୁବର୍ଣ୍ଣ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି,କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି,କାନ୍ତ,ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାର ରତ୍ନ ଅଳଙ୍କାର ଲାଗି ହୋଇଛି। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ ମହାବାହୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha