Dailyhunt
ସୋସିଆଲ ମିଡିଆରେ ଖରାପ ଶବ୍ଦ କହିଲେ ସାବଧାନ ! ଆସିବ ଆଇନ୍, ନିଆଯିବ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆରେ ଖରାପ ଶବ୍ଦ କହିଲେ ସାବଧାନ ! ଆସିବ ଆଇନ୍, ନିଆଯିବ କାର୍ଯ୍ୟାନୁଷ୍ଠାନ

Madhulekha 2 days ago

ପଶବ୍ଦ ବ୍ୟବହାର ଉପରେ ଲାଗିବ ରୋକ୍ । ସୋସିଆଲ ମିଡିଆ ହେଉ କିମ୍ବା ବାହାରେ । କେଉଁଠି ବି କେହି ଅପଶବ୍ଦ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପ୍ରିଭେନସନ ଅଫ ହେଟ ସ୍ପିଚ୍ ଆଣ୍ଡ ହେଟ କ୍ରାଇମ୍ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି, ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି।ସେହିପରି ଯେଉଁମାନେ ସୋସିଆଲ ମିଡିଆରେ ଆଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନେ ହେଲେ ମାନସିକ ରୋଗୀ । ସେମାନଙ୍କୁ ପାଗଳଖାନାରେ କରେଣ୍ଟ୍ ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଦରକାର । ଯଦି ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ନରଖା ଯାଏଁ ତେବେ ସେମାନେ ସୋସିଆଲ ମିଡିଆର ଶାଳୀନତାକୁ ଧ୍ୱଂସ କରିଦେବେ ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha