Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରଦ୍ଧା କପୁରଙ୍କ 'ଇଠା'ର ଧମାକାଦାର ଟ୍ରେଲର ରିଲିଜ୍‌

ଶ୍ରଦ୍ଧା କପୁରଙ୍କ 'ଇଠା'ର ଧମାକାଦାର ଟ୍ରେଲର ରିଲିଜ୍‌

Madhulekha 2 days ago

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ 'ଇଠା'ରେ ସେ ଏକ ଭିନ୍ନ ତଥା ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସିବେ। ତେବେ ଫିଲ୍ମ ଇଠାର ଟ୍ରେଲର ରିଲିଜ୍ ହୋଇଛି । ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଇ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ।

ଟ୍ରେଲରରେ ଶ୍ରଦ୍ଧାଙ୍କୁ ବିଠାବାଇଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ପାରମ୍ପରିକ ପୋଷାକ, ଲାବଣୀ ଡ୍ୟାନ୍ସ, ସଙ୍ଗୀତ ଓ ରଙ୍ଗିନ ମଞ୍ଚର ଦୃଶ୍ୟ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି । ଜଣେ ମହିଳା କଳାକାର ଭାବେ ବିଠାବାଇଙ୍କ ସଂଘର୍ଷ ଏବଂ ଲୋକକଳା ଜଗତରେ ନିଜର ପରିଚୟ ସୃଷ୍ଟି କରିବାର ଯାତ୍ରାକୁ ଏଥିରେ ଦେଖିବାକୁ ମିଳିବ ।'ସ୍ତ୍ରୀ ୨'ରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ଶ୍ରଦ୍ଧା ଏଥର ଏକ ଗମ୍ଭୀର ଓ ଆହ୍ବାନପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ଶ୍ରଦ୍ଧାଙ୍କ ଏକ ସଂଳାପ, 'ଏହା କେବଳ କପଡ଼ା ନୁହେଁ, ଅଭିମାନ' ବେଶ ଚର୍ଚ୍ଚା ସାଉଁଟୁଛି।

ନୱାରୀ ଶାଢ଼ିକୁ ନେଇ ଏହି କଥା ବିଠାବାଇଙ୍କ ପରମ୍ପରା, ପରିଚୟ ଓ ଆତ୍ମସମ୍ମାନକୁ ପ୍ରତିଫଳିତ କରୁଛି। ଫିଲ୍ମରେ ରଣଦୀପ ହୁଡ୍ଡା ବିଠାବାଇଙ୍କ ସ୍ବାମୀ ମର୍ଚ୍ଚାଣ୍ଟଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।ଏହି ଫିଲ୍ମଟି ସିନେମାଘରରେ ୪ ଡିସେମ୍ବର ୨୦୨୬ରେ ରିଲିଜ ହେବ। ଶ୍ରଦ୍ଧା କପୁର ଓ ରଣଦୀପ ହୁଡ୍ଡାଙ୍କ ବ୍ୟତୀତ ଫିଲ୍ମରେ ମହମ୍ମଦ ଜିଶାନ ଆୟୁବ, ଅନନ୍ତ ଜୋଶୀ, ସିଦ୍ଧାର୍ଥ ଯାଧବ, ଅକ୍ଷରା ସିଂହ ଏବଂ ଉଲ୍କା ଗୁପ୍ତା ପ୍ରମୁଖ ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ ପରେ ଏବେ ଦର୍ଶକଙ୍କ ନଜର ଫିଲ୍ମର ରିଲିଜ ଉପରେ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha