Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ

ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ

Madhulekha 3 days ago

ଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି। ମୃତକଙ୍କ ପରିଚୟ ବୃଷ୍ଟି ମୁଖାର୍ଜୀ ଘଟକ ଭାବେ ଜଣାପଡ଼ିଛି।ପୋଲିସ ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ରିଷ୍ଟି ବିଗତ ୪/୫ ବର୍ଷ ହେଲାଣି ଡିପ୍ରେସନରେ ରହିଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ।

ଖବର ମୁତାବକ, ବୃଷ୍ଟି ମୁଖାର୍ଜୀ ମମତାଙ୍କ ସମ୍ପର୍କୀୟ ଭାଇ ନିହାର ରଞ୍ଜନ ମୁଖାର୍ଜୀଙ୍କ ଝିଅ । ମଙ୍ଗଳବାର ଘରର ଦ୍ୱିତୀୟ ମହଲାର ଏକ କୋଠରୀରେ ବୃଷ୍ଟିଙ୍କ ମୃତଦେହ ମିଳିଥିଲା । ବୃଷ୍ଟିଙ୍କ ବୟସ ୨୮ ବର୍ଷ ଥିଲା ଏବଂ ସେ ବୋଲପୁରରେ ଉଚ୍ଚ ପ୍ରାଥମିକ ସ୍କୁଲରେ କ୍ଲର୍କ ଭାବେ କାମ କରୁଥିଲେ । ୨୦୨୩ ମାର୍ଚ୍ଚରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଯୋଗୁଁ ୨୬୦୦୦ ଶିକ୍ଷକ ଏବଂ ଅଣଶିକ୍ଷକଙ୍କ ଚାକିରି ଯାଇଥିଲା । ସେହି ସମୟରେ ବ୍ରିଷ୍ଟି ମଧ୍ୟ ଚାକିରି ହରାଇଥିଲେ । ରାମପୁରହାଟ ପୋଲିସ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Madhulekha