Dailyhunt
୧୦ରୁ ଟୋଲ୍‌ ପ୍ଲାଜାରେ ନଗଦ ସମ୍ପୂର୍ଣ୍ଣ ବନ୍ଦ,ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ

୧୦ରୁ ଟୋଲ୍‌ ପ୍ଲାଜାରେ ନଗଦ ସମ୍ପୂର୍ଣ୍ଣ ବନ୍ଦ,ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ

Mo Odisha News 1 week ago

ନୂଆଦିଲ୍ଲୀ : ଚଳିତ ମାସ ୧୦ରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲା। ତାହା ଆସନ୍ତା ୧୦ରୁ ଲାଗୁ ହେବ।

ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପୂର୍ବରୁ କହିଥିଲା ଯେ ଫାସ୍‌ଟ୍ୟାଗ୍‌ ଓ ୟୁପିଆଇ ଭଳି ଡିଜିଟାଲ ମାଧ୍ୟମରେ ଟୋଲ୍‌ ପଇଠ କରାଯିବ।

ଟୋଲ ପ୍ଲାଜାରେ ଭିଡ଼ କମ୍‌ କରିବା ଏବଂ କାରବାରରେ ସ୍ବଚ୍ଛତା ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନଗଦ କାରବାର ବନ୍ଦ କରି ସମ୍ପୂର୍ଣ୍ଣ ଡିଜିଟାଲ୍‌ ବ୍ୟବସ୍ଥା ଗ୍ରହଣ କରିବା ଦ୍ବାରା ଟୋଲ ପ୍ଲାଜାରେ ହେଉଥିବା ବିଳମ୍ବ ହ୍ରାସ ପାଇବ ଓ ଗ୍ରାହକଙ୍କ ଅନୁଭୂତିରେ ମଧ୍ୟ ଉନ୍ନତି ହେବ। ଦେଶରେ ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha