Wednesday, 08 Jul, 6.32 pm MO ODISHA

ହୋମ
ଆଜି ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୩୦୩ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସର୍ବାଧିକ ଆଉ ୩୦୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୭୦୦୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୪୬ ଜଣ , ଖୋର୍ଦ୍ଧାରୁ ୨୮ ଜଣ , କଟକରୁ ୨୧ ଜଣ, କେନ୍ଦୁଝରରୁ ୧୬ ଜଣ, ନୟାଗଡ଼ରୁ ୧୪ ଜଣ , ନବରଙ୍ଗପୁରରୁ ୯ଜଣ , ପୁରୀରୁ ୭ ଜଣ, ବରଗଡ଼ରୁ ୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ , ଝାରସୁଗୁଡ଼ା, ମୟୁରଭଞ୍ଜରୁ ୫ ଜଣ ଲେଖାଏଁ ; ଅନୁଗୁଳ ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ , ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଏବଂ ବଲାଙ୍ଗୀର , ଜଗତସିଂହପୁର , କୋରାପୁଟ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୭୦୦୬ ଜଣ ସୁସ୍ଥ ହୋଇସାରିଛନ୍ତି ।

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ କରୋନାରେ ୧୦୬୨୪ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦୬ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୩୬୧୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Mo Odisha
Top