Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଜାରି ରହିବ ବର୍ଷା

ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଜାରି ରହିବ ବର୍ଷା

Mo Odisha News 1 week ago

ଭୁବନେଶ୍ୱର : ପୁଣି ବର୍ଷାରେ ଭିଜିବ ଓଡ଼ିଶା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ । ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ କେତେକ ସ୍ଥାନରେ ବର୍ଷା ହୋଇଛି।କାଲି ସକାଳ ସାଢ଼େ ୮ଟା ଯାଏ ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟରେ ୧୩ ଜିଲ୍ଲା । ୬ ତାରିଖରେ ଅତିପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୮ ତାରିଖ ଯାଏ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ରହିିଛି । ଏହାପରଠୁ କମିବ ବର୍ଷା ବିସ୍ତୃତି । ୯ ଏବଂ ୧୦ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha