Dailyhunt
ଆସନ୍ତୁ ଜାଣିବା ଖରାଦିନେ ଅଙ୍ଗୁର ଖାଇବାର ଲାଭ

ଆସନ୍ତୁ ଜାଣିବା ଖରାଦିନେ ଅଙ୍ଗୁର ଖାଇବାର ଲାଭ

Mo Odisha News 1 week ago

ରାଦିନେ ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଫଳର ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ସମସ୍ତ ପ୍ରକାର ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ମାତ୍ର ଖରାଦିନେ ଅଙ୍ଗୁର ସେବନ କରିବା ଖୁବ ହିତକାରୀ। ଏହି ଫଳ ସମସ୍ତ ଦୋକାନରେ ସହଜରେ ମିଳିଯାଇଥାଏ। ଜାଣନ୍ତୁ ଖରାଦିନେ ଅଙ୍ଗୁର ଖାଇବା ଦ୍ୱାରା କି କି ଲାଭ ହୋଇଥାଏ।

- ଅଙ୍ଗୁରରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି।

ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

- ଖରାଦିନେ ସାଧାରଣତଃ ତ୍ୱଚାର ସୁନ୍ଦରତା ଉପରେ ଖୁବ ପ୍ରଭାବ ପଡ଼ିଥାଏ। ଅଙ୍ଗୁରରେ ଥିବା ପୋଷକ ତତ୍ୱ ତ୍ୱଚାର ସୁନ୍ଦରତା ଓ ଚମକ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

- ଅଙ୍ଗୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ ଥାଏ।

- ଅଙ୍ଗୁରରେ ଅଧିକ ମାତ୍ରାରେ ପୋଟାସିୟମ ରହିଛି। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

- ଖରାଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଅଙ୍ଗୁର ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

- ଅଙ୍ଗୁର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି କ୍ଷମତା ବୃଦ୍ଧି ହୋଇଥାଏ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।

- ଅଙ୍ଗୁର ଖାଇବା ସହ ଏହାର ଜୁସ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha