Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ମୃତ

ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ମୃତ

Mo Odisha News 3 weeks ago

ଟିଟିଲାଗଡ଼ : ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟିଟିଲାଗଡ଼ ନେହରୁ ନଗରରେ। ମୃତକ ହେଲେ ଜିତେନ୍ ମାଝୀ । ସୂଚନା ଅନୁଯାୟୀ, ନେହରୁ ନଗରର କପିଲ ମାଝୀ ଓ ଭାଇ ଜିତେନ ମାଝୀ ଦୁହେଁ ମଦ୍ୟପାନ କରିଥିଲେ । ମଦ୍ୟ ପାନ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପରେ ବଡ଼ ଭାଇ କପିଲ ଏକ ଛୁରାରେ ଜିତେନକୁ ଆକ୍ରମଣ କରିଥିଲା । ଜିତେନକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଜିତେନକୁ ମୃତ ଘୋଷାଣ କରିଥିଲେ । ଟିଟିଲାଗଡ଼ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha