Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଙ୍କୀରେ ଗୋଟିକିଆ ଦନ୍ତା ଆତଙ୍କ, ଭୟରେ ଲୋକେ

ବାଙ୍କୀରେ ଗୋଟିକିଆ ଦନ୍ତା ଆତଙ୍କ, ଭୟରେ ଲୋକେ

Mo Odisha News 1 week ago

ବାଙ୍କୀ : ବାଙ୍କୀ ପାଥପୁରରେ ବୁଲୁଛି ଗୋଟିକିଆ ଦନ୍ତା । ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ହାତୀ ପଲ ଆସିଥିଲେ । ପାଥପୁର ଠାରେ ବୁଲି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ । ଫସଲ ନଷ୍ଟ ହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

ପରେ ହାତୀପଲ ଧାନ ଜମିରେ ପାଣି ଭିତରକୁ ପଶି ପୁଣି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଆଡ଼କୁ ଫେରିଯାଇଥିଲେ ।

କିନ୍ତୁ ଗୋଟିଏ ଦନ୍ତା ହାତୀ ଦଳଠାରୁ ଅଲଗା ହୋଇଯାଇଥିଲା । ଏହି ଦନ୍ତା କଟକ-ବାଙ୍କୀ ମୁଖ୍ୟ ରାସ୍ତା ପାର ହେବା ସମୟରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା । ହାତୀ ଭୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଥିଲେ ଏବଂ ପରିସ୍ଥିତିକୁ ନେଇ ଆତଙ୍କ ଦେଖାଦେଇଥିଲା । ଏବେ ହାତୀଟି ଗାଁ ଠାରୁ ଦୂରରେ ରହିଛି ।

ଅନ୍ୟପଟେ ଦନ୍ତା ହାତୀଟି ଖୁବ୍ ଶୀଘ୍ର ଅଭୟାରଣ୍ୟକୁ ଫେରି ଯିବ ବୋଲି ଡମପଡ଼ା ରେଞ୍ଜର ସୂଚନା ଦେଇଛନ୍ତି । ଏଥିସହ ବନ ବିଭାଗର କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିବା ସହ ଏପରି ସ୍ଥିତିରେ ବନ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha