Dailyhunt
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪

Mo Odisha News 2 weeks ago

ଣ୍ଡୋନେସିଆ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଚର ସ୍କେଲରେ ଭୂକମ୍ପରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୬ଟା ୪୮ ରେ ମୋଲୁକା ସାଗରରେ ଏହି ଭୂକମ୍ପ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଟେରନେଟ୍ ଠାରୁ ପ୍ରାୟ ୧୨୦-୧୨୭ କିଲୋମିଟର ଦୂରରେ ଥିଲା । ଭୂକମ୍ପ ପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ସତର୍କତା ଜାରି କରିଛି ।

ସମୁଦ୍ରରେ ୦.୩ ରୁ ୧ ମିଟର ଉଚ୍ଚର ଲହରୀ ଆସିବାର ଆଶଙ୍କା ରହିଛି। ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଉତ୍ତର ମାଲୁକୁ ଏବଂ ଉତ୍ତର ସୁଲାୱେସି ପାଇଁ 'ସତର୍କ' ସୂଚନା ଜାରି କରିଛନ୍ତି। ମାନାଡୋ ସହରରେ ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି ବା ମୃତାହତର ଖବର ମିଳିନାହିଁ। ଇଣ୍ଡୋନେସିଆ ପାସିଫିକ୍ ରିଙ୍ଗ ଅଫ୍ ଫାୟାରରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଏବଂ ସୁନାମି ଦେଖାଦେଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha