Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୁମରାଙ୍କୁ କ୍ଷମା ମାଗିଲେ ରାମଚରଣ, କ୍ରିକେଟରଙ୍କୁ କହିଥିଲେ ଫୁଟବଲର

ବୁମରାଙ୍କୁ କ୍ଷମା ମାଗିଲେ ରାମଚରଣ, କ୍ରିକେଟରଙ୍କୁ କହିଥିଲେ ଫୁଟବଲର

Mo Odisha News 10 hrs ago

ସାଉଥ ସୁପରଷ୍ଟାର ରାମଚରଣ ଟ୍ବିଟ୍ କରି ଭାରତୀୟ କ୍ରିକେଟର ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି । ରାଜାମୌଲୀଙ୍କ ଫିଲ୍ମ ଆରଆରଆରରେ ଲିଡ୍ ରୋଲରେ ନଜର ଆସିଥିବା ରାମଚରଣ ଏବେ ନିଜ ଫିଲ୍ମ ପେଦ୍ଦାର ପ୍ରମୋସନ କରୁଛନ୍ତି । ଆଉ ଭୋପାଳରେ ଏକ ଇଭେଣ୍ଟରେ ଜସପ୍ରୀତ ବୁମରାଙ୍କୁ ଫୁଟବଲର ବୋଲି କହିଥିଲେ ରାମଚରଣ । ରାମଚରଣଙ୍କ କଥା ଶୁଣି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଇନଷ୍ଟାରେ ତାଙ୍କ କ୍ଲିପର ମିମ୍ ହୋଇଥିଲା ।

ଏହାପରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ରାମ ଚରଣ ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି ।

ରାମ ଚରଣଙ୍କ ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ସମୟରେ ଭୁଲବଶତଃ ବୁମରାଙ୍କୁ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ । ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଫିଲ୍ମ ପେଦ୍ଦାରର 'ହେଲାଲ୍ଲାଲୋ' ଗୀତ ଲଞ୍ଚ ହୋଇଥିଲା । ରାମଙ୍କର ଜସପ୍ରୀତଙ୍କ ଖେଳ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନଥିଲା । ଆଉ ସେ ତାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଏକ ରାପିଡ ଫାୟାର ରାଉଣ୍ଡ ହେଉଥିଲା, ଯେଉଁ ସମୟରେ ରାମ ଚରଣଙ୍କୁ ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଧାଡି ମନ୍ତବ୍ୟ ଦେବାକୁ କୁହାଯାଉଥିଲା । ସଚିନ ତେନ୍ଦୁଲକରଙ୍କରଠୁ ବିରାଟ କୋହଲିଙ୍କ ବିଷୟରେ ରାମ କହିଥିଲେ । ଯେତେବେଳେ ହୋଷ୍ଟ ଜସପ୍ରୀତ ବୁମରାଙ୍କ ନାମ ଉଲ୍ଲେଖ କରିଥିଲେ, ଅଭିନେତା କିଛି ସମୟ ପାଇଁ ଅଟକି କହିଲେ, "ବୁମର. ଜୀ, ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ । ମୁଁ ଫୁଟବଲ୍କୁ ବହୁତ ଭଲ ପାଏ ଏବଂ ଆପଣ ଖେଳକୁ ବହୁତ ଉଚ୍ଚତାକୁ ନେଇ ଯାଉଛନ୍ତି । ଏହା ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

ଅନେକ ସମାଲୋଚନା ହେବା ପରେ ରାମ ଚରଣ ତାଙ୍କ X ଆକାଉଣ୍ଟରେ ବୁମରାଙ୍କୁ କ୍ଷମା ମାଗିବା ପାଇଁ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି, "ଉଫ୍… ମୁଁ କେବେ କେବେ ନାମ ସହିତ ଦ୍ୱନ୍ଦ୍ୱରେ ପଡ଼ିଯାଏ । ବୁମରାହ ଜୀ, ମୁଁ ଏହି ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ହେଲେ ବୁମରାହ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇ ନାହାଁନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha