Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ

ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ

Mo Odisha News 3 weeks ago

ଦଳା : ଘର ଭିତରେ ପଶିଗଲା କାର, ବର୍ତ୍ତିଗଲେ ଦୁଇ ଜଣ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗାଁରେ ଏପରି ଘଟଣା ଘଟିଛି । ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ । ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଗାଡି ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇଥିଲେ ।

ତାଙ୍କୁ ବଞ୍ଚାଇବାକୁ ଯାଇ କାରକୁ ବାମକୁ କାଟି ଦେଇଥିଲେ ।କାର୍ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସ୍ତା ତଳକୁ ଓହ୍ଲାଇ ଯାଇଥିଲେ । ସାମ୍ନାରେ ଥିବା ଏକ ଘର ଭିତରେ କାରଟି ପଶି ଯାଇଥିଲା । ଘର ଭିତରେ ଥିବା ୨ଜଣ ବ୍ୟକ୍ତି ଘରର ବିପରୀତ ପାର୍ଶ୍ଵରେ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । କାରଟି ଘର ଭିତରକୁ ପଶି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାଇକ୍ ଚାଳକ ଗାଡ଼ିରୁ ପଡି ଆହତ ହୋଇ ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha