Dailyhunt
ଘରର ଏହି ଦିଗରେ ଇଲେକ୍ଟ୍ରି ଜିନିଷ ଆଦୌ ରଖନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ ବିପଦ

ଘରର ଏହି ଦିଗରେ ଇଲେକ୍ଟ୍ରି ଜିନିଷ ଆଦୌ ରଖନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ ବିପଦ

Mo Odisha News 2 weeks ago

ସାଧାରଣତଃ ଆଜିକାଲି ଜୀବନଶୈଳୀରେ ଆମେ ଇଲେକ୍ଟ୍ରି ଜିନିଷ ଉପରେ ନିର୍ଭର କରୁଛେ । ରୋଷେଇ ଘରଠାରୁ ଆରମ୍ଭ କରି ବାଥରୁମ ପର୍ଯ୍ୟନ୍ତ ଘରର ପ୍ରତ୍ୟେକଟି କ୍ଷେତ୍ରରେ ଇଲେକ୍ଟ୍ରିର ବ୍ୟବହାର କରୁଛେ । ଟିଭି, ରେଫ୍ରିଜରେଟର, ୱାସିଂ ମେସିନ୍ ଏବଂ ଏସି ଭଳି ଇଲେକ୍ଟ୍ରି ଜିନିଷକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛେ । କିନ୍ତୁ, ଯଦି ଏହି ଜିନିଷଣଗୁଡ଼ିକ ଭାଙ୍ଗିଯାଏ ତେବେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।

ଏବେ ବ୍ୟସ୍ତବହୁଳ ଜୀବନରେ ଇଲେକ୍ଟ୍ରି ଜିନିଷ ଭାଙ୍ଗିଗଲେ ଆମ ପାଇଁ କାମ କରିବା କଷ୍ଟକର ହୋଇପଡେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଇଲେକ୍ଟ୍ରି ଜିନିଷ ଭାଙ୍ଗିଯିବାକୁ ବହୁତ ଅଶୁଭ ବୋଲି ବିବେଚନା କରାଯାଏ। ବାରମ୍ବାର ଇଲେକ୍ଟ୍ରି ଜିନିଷ ଖରାପ ହେବା ବାସ୍ତୁ ଦୋଷର ସଙ୍କେତ । ଏହା ସହିତ ରାହୁଙ୍କ ପ୍ରକୋପ ମଧ୍ୟ ପଡିଥାଏ ବୋଲି ବିଶ୍ବାସ କରାଯାଏ ।

ଘରର ଇଲେକ୍ଟ୍ରି ଜିନିଷଗୁଡିକୁ ଅଗ୍ନିକୋଣ ସହିତ ଜଡିତ ଦିଗରେ ରଖିବା ଉଚିତ୍ ନୁହେଁ । କାହିଁକିନା ଏପରି କରିବା ଦ୍ବାରା ବାସ୍ତୁ ଦୋଷ ସୃଷ୍ଟି କରିପାରେ । ଘରର ଦକ୍ଷିଣ-ପୂର୍ବ କୋଣକୁ ଆଗ୍ନେୟ କୋଣ ବୋଲି କୁହାଯାଏ । ଏହି ଦିଗରେ ଇଲେକ୍ଟ୍ରି ଯେକୌଣସି ତ୍ରୁଟି, ପାଣି ଜମା ହେବା ଦୋଷ ଦ୍ବାରା ଇଲେକ୍ଟ୍ରି ସହିତ ଜଡିତ ଜିନିଷଗୁଡିକ ଶୀଘ୍ର ଖରାପ ହୋଇଯାଇଥାଏ । ଦକ୍ଷିଣ-ପୂର୍ବ ଦିଗ ବ୍ୟତୀତ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଇଲେକ୍ଟ୍ରି ଜିନିଷଗୁଡିକ ରଖିବା ମଧ୍ୟ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ ।

ରାହୁକୁ ଛାୟା ଗ୍ରହ ଭାବେ ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଏ । ଯାହା ଭ୍ରମ, ହଠାତ୍ ଘଟଣା, ଟେକ୍ନୋଲୋଜି ଏବଂ ଆଧୁନିକ ଜିନିଷ ସହିତ ଜଡିତ । ପ୍ରକୃତରେ ବାସ୍ତୁ ଶାସ୍ତ୍ର ଅନୁସାରେ, ରାହୁକୁ ବିଦ୍ୟୁତ୍, ଗ୍ୟାଜେଟ୍, ତାର ଏବଂ କରେଣ୍ଟର କାରକ ଭାବରେ ବିବେଚନା କରାଯାଏ । ହଠାତ୍ ଇଲେକ୍ଟ୍ରି ତ୍ରୁଟି, ସ୍ପାର୍କିଂ ଏବଂ ସର୍ଟ ସର୍କିଟ୍ ସମସ୍ତ ରାହୁଙ୍କ ପ୍ରଭାବ ସହିତ ଜଡିତ ।

ଘରେ ବାରମ୍ବାର ଇଲୋକ୍ଟ୍ରୋନିକ୍ସ ଜିନିଷ ଖରାପ ହେବା, ନୂଆ ଜିନିଷ ଶୀଘ୍ର ନଷ୍ଟ ହୋଇଯିବା, ସ୍ପାର୍କିଂ କିମ୍ବା ଫ୍ୟୁଜ୍ ସମସ୍ୟା ହେବା ଏବଂ ଇନଭର୍ଟର, ଏସି କିମ୍ବା ଟିଭିରେ ସମସ୍ୟା ଦେଖାଦେବା ଦ୍ବାରା ଆପଣ ବୁଝିଯିବେ ଯେ ଆପଣଙ୍କ ଉପରେ ରାହୁଙ୍କ ପ୍ରଭାବ ପଡିଛି ।

ଉପଚାର : ଘରର ପୁରୁଣା ଓ ଖରାପ ଇଲେକ୍ଟ୍ରୋନିକ୍ ଜିନିଷକୁ ଜମା କରି ନ ରଖିବା ଉଚିତ୍ । ନଚେତ୍ ନକରାତ୍ମକ ଶକ୍ତି ବଢିଯାଇଥାଏ । ଘରର ପଶ୍ଚିମ ଦିଗରେ ଫ୍ରିଜ୍, ଟିଭି, ଗିଜର ଏବଂ ମାଇକ୍ରୋଭେନକୁ ରଖନ୍ତୁ ନାହିଁ । ସେହିପରି ଉତ୍ତର-ପୂର୍ବ ଦିଗରେ ଇଲେକ୍ଟ୍ରୋନିକ ଜିନିଷ ରଖନ୍ତୁ ନାହିଁ । ଯାହା କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ବଢାଇଦେଇପାରେ । ରାହୁଙ୍କ ବାସ୍ତୁ ଦୋଷ ଦୂର କରିବା ପାଇଁ, ଶନିବାର ଦିନ କୁକୁରକୁ ମିଠା ରୁଟି ଖାଇବାକୁ ଦିଅନ୍ତୁ । ଫଳରେ ଏକ ସରଳ ସମାଧାନ ବୋଲି ବିବେଚନା କରାଯାଏ । ଯାହାଦ୍ବାରା ନକାରାତ୍ମକ ଶକ୍ତିକୁ ହ୍ରାସ କରିପାରିବ । ଯେତେବେଳେ ଆପଣ କୌଣସି ନୂଆ ଇଲେକ୍ଟ୍ରି ଜିନିଷ ଆଣନ୍ତି ସେହି ଜିନିଷକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ସେଥିରେ ହଳଦୀ ଏବଂ ସିନ୍ଦୂର ଲଗାନ୍ତୁ । ଯାହା ଏକ ଶୁଭର ସଙ୍କେତ ହୋଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha