Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାଉସ୍ ଅଫ୍ କମନ୍ସରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ, 'ପେଡ୍ ପିରିୟଡ଼ ଲିଭ୍' ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ହାଉସ୍ ଅଫ୍ କମନ୍ସରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ, 'ପେଡ୍ ପିରିୟଡ଼ ଲିଭ୍' ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Mo Odisha News 2 weeks ago

ନୂଆଦିଲ୍ଲୀ : ବ୍ରିଟେନ୍ ସଂସଦରେ 'ପେଡ୍ ପିରିୟଡ଼ ଲିଭ୍' ବା ଋତୁଶ୍ରାବ ସମୟ ଛୁଟି ଉପରେ ଆଲୋଚନା । ଏ ଦିଗରେ ସାରା ବିଶ୍ବରେ କାମ କରୁଥିବା ଏବଂ ସଚେତନତା ସୃଷ୍ଟି କରୁଥିବା ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ପ୍ରଚେଷ୍ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରିଟେନ୍ ପାର୍ଲାମେଣ୍ଟର ହାଉସ୍ ଅଫ୍ କମନ୍ସରେ ଆୟୋଜିତ ଏହି ସମ୍ମିଳନୀରେ ରଞ୍ଜିତାଙ୍କ ସହ ବ୍ରିଟେନ୍, ଭାରତ, ଘାନା, ନାଇଜେରିଆ ଚୀନ୍, ଫ୍ରାନ୍ସ, କେନିୟା, ନାଇଜେରିଆ, ଫ୍ରାନ୍ସ, ସ୍ପେନ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଏସବୁ ଦେଶର ପ୍ରତିନିଧି ସମ୍ମିଳନୀରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ବିଶ୍ବ ଉମିୟା ଫାଉଣ୍ଡେସନ୍, ଗ୍ଲୋବାଲ ସାଉଥ କରିଡର ପ୍ରମୁଖ ତରଫରୁ ହୋଇଥିବା ସମ୍ମିଳନୀରେ ବିଶେଷ କରି ମହିଳାମାନଙ୍କ ମାସିକ ଧର୍ମ ସମୟରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବର୍ତ୍ତମାନ ଋତୁଶ୍ରାବ ସମୟରେ ସ୍ବଚ୍ଛତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପରିବାର ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅବଦାନ ରହୁଥିବା ବେଳେ ସେମାନଙ୍କୁ ଋତୁଶ୍ରାବ ଜନିତ ସମସ୍ୟା ବେଳେ ସହଯୋଗ ଲୋଡ଼ା ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କର ଏହି ଅଭିଯାନରେ ରଞ୍ଜିତା ପ୍ରିୟଦର୍ଶିନୀଙ୍କୁ ୟୁନିସେଫ ସହଯୋଗ କରିବ ବୋଲି ଘୋଷଣା କରାଯାଇଥିଲା । ସମ୍ମିଳନୀରେ 'ପେଡ୍ ପିରିୟଡ଼ ଲିଭ' ଗୀତ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ବିଭୂତି ଭୂଷଣ ପଟ୍ଟନାୟକ, ଶ୍ବେତା ମହାନ୍ତି, ରଂଜନ କୁମାର ଦାଶ ଏବଂ ପ୍ରଦୀପ ନାୟକ ସମର୍ଥନ କରିଥିଲେ । ଗ୍ଲୋବାଲ ସାଉଥ କରିଡରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha