Dailyhunt
ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

Mo Odisha News 3 weeks ago

ମମାନେ ତ ବିଭିନ୍ନ ପ୍ରକାର ଫଳରସ ପିଇଥାଉ କିନ୍ତୁ ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ।ତାହେଲେ ଆସନ୍ତୁ ଜାଣିବା ଆଖୁ ରସ ଆମ ଶରୀର ପାଇଁ କେତେ ଉପକାରୀ :-

ଆଖୁରସରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା ଶରୀରରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ।

ଏହାବ୍ୟତୀତ ଶରୀରରେ ଶକ୍ତି ବୃଦ୍ଧି କରିଥାଏ।

ଏଥିରେ ପୋଟାସିୟମ୍‌ ଓ କ୍ୟାଲ୍‌ସିୟମ ଥିବାରୁ ଏହା ଦାନ୍ତ ଓ ଦାନ୍ତମାଢ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।

ଆଖୁରସ ପିଇବା ଦ୍ୱାରା ଖାଦ୍ୟ ହଜମ ଠିକ୍‌ ଭାବେ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ପାକସ୍ଥଳୀ ସଂକ୍ରମଣ ଆଶଙ୍କାକୁ ମଧ୍ୟ କେତେକାଂଶରେ ଦୂର କରିଥାଏ।

ଅସ୍ଥି ଏବଂ ମାଂସପେଶୀକୁ ମଜଭୁତ କରିଥାଏ ଆଖୁ ରସ ।

ଆଖୁ ରସରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ବାହ୍ୟ ଜୀବାଣୁ ଆକ୍ରମଣରୁ ମଧ୍ୟ ଏହା ରକ୍ଷା କରିଥାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଆଖୁ ରସ ବେଶ୍‌ ଉପକାରୀ ହୋଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha