Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୁଦୁରୁକୁଣୀ ଓଷାର କ'ଣ ରହିଛି ମହତ୍ତ୍ୱ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଖୁଦୁରୁକୁଣୀ ଓଷାର କ'ଣ ରହିଛି ମହତ୍ତ୍ୱ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

Mo Odisha News 2 weeks ago

ଡ଼ିଶାର ପରମ୍ପରା ଓ ପର୍ବପର୍ବାଣୀ ମଧ୍ୟରେ ଖୁଦୁରୁକୁଣୀ ଓଷାର ରହିଛି ଏକ ବିଶେଷ ସ୍ଥାନ। ବିଶେଷ କରି ଅବିବାହିତ ଝିଅମାନେ ଏହି ପୂଜାକୁ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। କିନ୍ତୁ ଏହି ପୂଜା ପଛରେ ଥିବା କାହାଣୀ କ'ଣ ଏବଂ କାହିଁକି ଏହାକୁ ଖୁଦୁରୁକୁଣୀ ଓଷା କୁହାଯାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଲୋକକଥା ଅନୁସାରେ, ଏହି ଓଷାର ସମ୍ପର୍କ ମା' ମଙ୍ଗଳାଙ୍କ ସହ ରହିଛି।

କୁହାଯାଏ, ପୂର୍ବରୁ ଓଡ଼ିଶାର ଅନେକ ବ୍ୟବସାୟୀ ସମୁଦ୍ର ପଥରେ ବାଣିଜ୍ୟ କରିବାକୁ ଦୂର ଦେଶକୁ ଯାଉଥିଲେ। ସେମାନଙ୍କ ପରିବାରର ମହିଳାମାନେ ଘରେ ରହି ସେମାନଙ୍କ ଫେରିବାକୁ ଅପେକ୍ଷା କରୁଥିଲେ।

ଏହି ପରମ୍ପରା ସହ ଜଡ଼ିତ ଅଛି ତାପୋଇଙ୍କ କାହାଣୀ। ତାପୋଇଙ୍କର ସାତ ଜଣ ଭାଇ ଥିଲେ। ଭାଇମାନେ ବ୍ୟବସାୟ ପାଇଁ ସମୁଦ୍ର ପାର ହୋଇ ଦୂର ଦେଶକୁ ଚାଲିଯାଇଥିଲେ। ତାପୋଇ ତାଙ୍କ ଭାଇମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଶୀଘ୍ର ଘରକୁ ଫେରନ୍ତୁ ବୋଲି ମା' ମଙ୍ଗଳାଙ୍କୁ ପ୍ରାର୍ଥନା କରିଥିଲେ। କାହାଣୀ ଅନୁସାରେ, ତପୋଇଙ୍କ ଭକ୍ତି ଓ ପ୍ରାର୍ଥନାରେ ମା' ମଙ୍ଗଳା ପ୍ରସନ୍ନ ହୋଇଥିଲେ । ଏହି କାହାଣୀକୁ ମନେ ପକାଇ ଆଜି ମଧ୍ୟ ଝିଅମାନେ ମା' ମଙ୍ଗଳାଙ୍କୁ ପୂଜା କରିବାର ପରମ୍ପରା ରହିଆସିଛି ।

ଖୁଦୁରୁକୁଣୀ ଓଷାରେ ଝିଅମାନେ ସକାଳୁ ଉଠି ଘର ଓ ପୂଜାସ୍ଥାନ ସଫା କରନ୍ତି। ମାଟିରେ ମା' ମଙ୍ଗଳାଙ୍କ ମୂର୍ତ୍ତି ତିଆରି କରି ଫୁଲ, ଫଳ ଓ ବିଭିନ୍ନ ପୂଜା ସାମଗ୍ରୀରେ ପୂଜା କରନ୍ତି। ଏହି ଦିନ ତାପୋଇଙ୍କ କାହାଣୀ ମଧ୍ୟ ଶୁଣାଯାଏ। ତେବେ ଖୁଦୁରୁକୁଣୀ ଓଷା କେବଳ ଏକ ପୂଜା ନୁହେଁ। ଏହା ଭାଇ-ଭଉଣୀଙ୍କ ଭଲପାଇବା, ପରିବାରର ମଙ୍ଗଳ ଏବଂ ଓଡ଼ିଆ ସଂସ୍କୃତିର ଏକ ସୁନ୍ଦର ପରମ୍ପରାର ପ୍ରତୀକ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ଜୀବନ୍ତ ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha