Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାପ୍ରଭୁ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ନେଇ ବୈଠକ, ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତି ପରେ ଗୁରୁତ୍ୱପୂର୍ଣ ବୈଠକ

ମହାପ୍ରଭୁ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ନେଇ ବୈଠକ, ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତି ପରେ ଗୁରୁତ୍ୱପୂର୍ଣ ବୈଠକ

Mo Odisha News 2 weeks ago

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବଡ଼ ବୈଠକ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତି ପରେ ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ ବୈଠକ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ସାମିଲ ହୋଇଥିଲେ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାପ୍ରଭୁଙ୍କ ସଂସ୍କୃତି ଓ ମହିମାର ପ୍ରଚାର କିପରି ଉତ୍ତମ ଭାବେ ହୋଇପାରିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତାକାଲି ଏହି ମାମଲା ହାଇକୋର୍ଟରେ ଶୁଣାଣି ହେବାକୁ ଥିବାରୁ, ଏବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ଏହି ପ୍ରସଙ୍ଗ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହାର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଗଜପତି ମହାରାଜା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha