Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାରାଷ୍ଟ୍ରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା, ୧୫ ମୃତ

ମହାରାଷ୍ଟ୍ରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା, ୧୫ ମୃତ

Mo Odisha News 3 weeks ago

ହାରାଷ୍ଟ୍ରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା । ପିମ୍ପରି-ଚିଞ୍ଚୱାଡ଼ ଏବଂ ପୁଣେର ବିଭିନ୍ନ ଅଞ୍ଚଳରେ ବିଷାକ୍ତ ମଦ ପିଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମଦ ପ୍ରସ୍ତୁତିରେ ଅତ୍ୟଧିକ ମିଥାଇଲ୍ ଆଲକୋହଲ୍ ମିଶିଥିବାରୁ ମଦ ବିଷାକ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଦୃଷ୍ଟିଶକ୍ତି ଚାଲିଯିବା, ପେଟ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଅଙ୍ଗ ଅଚଳ ହେବା ଭଳି ଲକ୍ଷଣ ଦେଖାଯାଇଛି। ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଛି। ପୋଲିସ ଏକ ଘର ଉପରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ଏକ ମଦ ତିଆରି କାରଖାନାକୁ ଠାବ କରିବା ସହ ସେଠାରୁ ବହୁ ପରିମାଣର କେମିକାଲ୍ ଜବତ କରିଛି।

ବେଆଇନ ମଦ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ସେପଟେ ଏହି ମଦମୃତ୍ୟୁକୁ ନେଇ ବିଭିନ୍ନ ରାଜନୈତିକ ଦଳ ଜୋରଦାର ବିରୋଧ କରିଛନ୍ତି। ଶାସକ ଦଳର ନେତା ଏବଂ ପୋଲିସ ଜାଣତରେ ବିଷାକ୍ତ ମଦ ମୃତ୍ୟୁ ପ୍ରସ୍ତୁତି ଓ ବିକ୍ରି ହେଉଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha